ବିଶ୍ୱ ହିନ୍ଦୁପରିଷଦ ଓ ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା

ଚଣ୍ଡିଖୋଲ : ପବିତ୍ର ହନୁମାନ ଜୟନ୍ତୀ ଓ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ବିଶ୍ୱ ହିନ୍ଦୁପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବଡ଼ଚଣାସ୍ଥିତ ମାଝୀଗୌରୀ ମନ୍ଦିର ଠାରୁ ପାଞ୍ଚଶହରୁ ଉଦ୍ଧମୋଟର ସାଇକେଲ ବାହାରି ବଡ଼ଚଣା ବଜାର, ଚଣ୍ଡିଖୋଲ ଛକ ପରିକ୍ରମା କଲାପରେ ଚାରିବାଟିଆ ଠାରେ ଏକ ବୈଠକ ଆୟୋଜିତ ହୋଇଥିଲା । ବଡ଼ଚଣା ପ୍ରଖଣ୍ଡର ପୂର୍ବତନ ସମ୍ପାଦକ ହେମସ କୁମାର ଜେନାଙ୍କ ସଭାପତିତ୍ୱ ଓ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଅମ୍ବିକା ଦାସ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସହ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସୁରକ୍ଷା ପ୍ରମୁଖ ସଞ୍ଜୟ ସିଂ, ମିଳନ କେନ୍ଦ୍ର ପ୍ରମୁଖ ବିପନ ପଣ୍ଡା ବିଶ୍ୱ ହିନ୍ଦୁପରିଷଦର ପୂର୍ବତନ ସଭାପତି ଅକ୍ଷୟ କୁମାର ବଳ, ଜିଲ୍ଲା ସଂଘ ଚାଳକ ବଟକୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ଧର୍ମାନ୍ତୀ କରଣ ଲଭ ଯେହାଦି, ସନାତନ ଧର୍ମ ବିଲୋପ ପାଇଁ ଚକ୍ରାନ୍ତ, ସନ୍ତ୍ରାସବାଦ, ସେବା, ସୁରକ୍ଷା, ସଂସ୍କାର ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅସିତ କୁମାର ବଳ, ଶ୍ୟାମସୁନ୍ଦର ସାହୁ, ଅକ୍ଷୟ କୁମାର ଗୋଛାୟତ, ସନ୍ତୁ ଜେନା, କୀର୍ତ୍ତିରାଜ ରାଉତ, ପ୍ରଦୀପ ସାହୁ, ସୁଶାନ୍ତ ସାହୁ, ରାକେଶ ବିଶ୍ୱାଳ, ରାମଚନ୍ଦ୍ର ମହାନ୍ତି ବିଶ୍ୱଜିତନାୟକ, ବିନାୟକ ନାୟକ, ସମୀର ସ୍ୱାଇଁ, ସତ୍ୟବ୍ରତ ସେନାପତି, ପ୍ରକାଶ ମଲିକ ସୁଶୀଲ ଭାଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *