Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାମରିକ ଖର୍ଚ୍ଚରେ ଆମେରିକା ବିଶ୍ୱର ପ୍ରଥମ, ଚତୁର୍ଥରେ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାମରିକ ଖର୍ଚ୍ଚରେ ଆମେରିକା ବିଶ୍ୱର ପ୍ରଥମ, ଚତୁର୍ଥରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଋଷୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦେଖିଲେ ଲାଗୁଛି ସାରା ବିଶ୍ୱ ଧିରେ ଧିରେ ଯୁଦ୍ଧ ଆଡକୁ ଗତି କରୁଛି । ଏସଆଇପିଆରଆଇ ସୋମବାର ଏହାର ରିପୋର୍ଟରେ କହିଛି ଯେ ୨୦୨୩ରେ ବିଶ୍ୱର ସାମରିକ ଖର୍ଚ୍ଚ ଏକ ନୂତନ ରେକର୍ଡରେ ପହଞ୍ଚିଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୩ରେ ସାମରିକ ଖର୍ଚ୍ଚ ୨୦୨୨ ତୁଳନାରେ ୬.୮ ପ୍ରତିଶତ ବୃଦ୍ଧି ହୋଇ ୨୪.୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଯେତେବେଳେ କି ୨୦୨୨ ମସିହାରେ ଏହି ଖର୍ଚ୍ଚ ୨୨.୪ ଟ୍ରିଲିୟନ୍ ଡଲାର ଥିଲା । ବିଶ୍ୱର ବଢୁଥିବା ସାମରିକ ଖର୍ଚ୍ଚ ଏହା ମଧ୍ୟ ପ୍ରମାଣ କରେ ଯେ ବିଶ୍ୱ ବର୍ତ୍ତମାନ ନିଜକୁ କମ୍ ନିରାପଦ ମନେ କରୁଛି ଏବଂ କୂଟନୈତିକ ପରିବର୍ତ୍ତେ ଅନ୍ୟ ପଦ୍ଧତି ଆଡକୁ ଗତି କରୁଛି । ୨୦୨୩ ମସିହାରେ ସାମରିକ ଖର୍ଚ୍ଚରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ଦେଶ । ଏହି ଏସଆଇପିଆରଆଇ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଭାରତ ୮୩.୬ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲା । ୨୦୨୨ ତୁଳନାରେ ଏହା ୪.୨ ପ୍ରତିଶତ ଅଧିକ ଥିଲା । ସର୍ବଶେଷ ତଥ୍ୟ ଅନୁଯାୟୀ, ଏହି ପ୍ରସଙ୍ଗରେ ସର୍ବାଧିକ ଖର୍ଚ୍ଚ କରୁଥିବା ଦେଶ ହେଉଛି ଆମେରିକା, ଦ୍ୱିତୀୟ ସ୍ଥାନରେ ଚୀନ୍ ଏବଂ ତୃତୀୟ ସ୍ଥାନରେ ଋଷ । ଉଲ୍ଲେଖଥାଉ କି, ଏହି ରିପୋର୍ଟ ମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଗତ ବର୍ଷ ତୁଳନାରେ ଭାରତ ଏହି ପ୍ରସଙ୍ଗରେ ୪.୨ ପ୍ରତିଶତ ଅଧିକ ଖର୍ଚ୍ଚ କରିଛି । ୨୦୨୨ ମସିହାରେ ମଧ୍ୟ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଦେଶ ଥିଲା ଯାହା ସାମରିକ କ୍ଷେତ୍ରରେ ଖର୍ଚ୍ଚ କରିଥିଲା । ୨୦୨୦ରେ ଲଦାଖରେ ଚୀନ୍ ସହ ସଂଘର୍ଷ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଦକ୍ଷତାକୁ ଶୀଘ୍ର ମଜବୁତ କରିବାକୁ ଗୁରୁତ୍ୱାରୋପ କରିଥିଲା । ଯୁଦ୍ଧ ବିମାନ, ହେଲିକପ୍ଟର, ଯୁଦ୍ଧ ଜାହାଜ, ଟ୍ୟାଙ୍କ, ଆର୍ଟିଲିରି ବନ୍ଧୁକ, ରକେଟ୍‌, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଯୁଦ୍ଧ ପ୍ରଣାଳୀକୁ ଆଧୁନିକୀକରଣ କରି ଦେଶ ବର୍ତ୍ତମାନ ସୈନ୍ୟବାହିନୀର ପୁନଃ ନିର୍ମାଣ କରୁଛି ।

Leave a Reply