Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟିଏମସି ଅଧିନରେ ପଶ୍ଚିମବଙ୍ଗରେ ଅନୁପ୍ରବେଶ ଜାରି ରହିଛି: ଶାହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟିଏମସି ଅଧିନରେ ପଶ୍ଚିମବଙ୍ଗରେ ଅନୁପ୍ରବେଶ ଜାରି ରହିଛି: ଶାହ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ, ତୃଶମୂଳ କଂଗ୍ରେସ (ଟିଏମସି) ଶାସନ ସମୟରେ ପଶ୍ଚିମବଙ୍ଗରେ ଅନୁପ୍ରବେଶ ଜାରି ରହିଛି । ମାଲଦା ଦକ୍ଷିଣ ନିର୍ବାଚନ ମଣ୍ଡଳୀରେ ଏକ ରୋଡ୍ ସୋ’କୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଶାହା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ମମତା ଦିଦି ସିଏଏକୁ ବିରୋଧ କରୁଛନ୍ତି ଏବଂ ଶରଣାର୍ଥୀଙ୍କୁ ନାଗରିକତା ପାଇବାକୁ ଦେଉ ନାହାନ୍ତି । ରାଜ୍ୟରେ ହେଉଥିବା ଅନୁପ୍ରବେଶ ଓ ଦୁର୍ନୀତି ରୋକିବାକୁ ଚାହୁଁଥିଲେ ବିଜେପିକୁ ଭୋଟ୍ ଦିଅନ୍ତୁ, ବୋଲି ସେ କହିଛନ୍ତି । ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାବେଳେ ମାଲଦା ଦକ୍ଷିଣ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଡାକଘର ମୋରେଠାରୁ ରବୀନ୍ଦ୍ର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ରୋଡ୍ ସୋ ଆରମ୍ଭ ହୋଇଥିଲା । ରାଜ୍ୟ ବିଜେପି ନେତାଙ୍କ ସହ ସଜ୍ଜିତ ଗାଡ଼ି ଉପରେ ଠିଆ ହୋଇଥିବା ଶାହା ଭିଡ଼କୁ ହାତ ହଲାଇଥିବା ଦେଖିବାକୁ ମିଳିଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକ ଏକାଠି ହୋଇଥିବା ବେଳେ ବିଜେପି ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶାହାଙ୍କ ପ୍ରଶଂସାରେ ସ୍ଲୋଗାନ ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ମେ’ ୭ ତାରିଖରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ ।

Leave a Reply