Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟାଇଥିବା ଆସନରେ ନିର୍ବାଚନକୁ ଦିଆଯିବ ନାହିଁ ଅନୁମତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟାଇଥିବା ଆସନରେ ନିର୍ବାଚନକୁ ଦିଆଯିବ ନାହିଁ ଅନୁମତି

କୋଲକାତା: ପଶ୍ଚିମବଙ୍ଗରେ ରାମନବମୀ ପାଳନ ସମୟରେ ସାମ୍ପ୍ରଦାୟିକ ହିଂସା ଘଟିଥିବା ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନକୁ ଅନୁମତି ଦିଆଯିବ ନାହିଁ ବୋଲି କାଲକାଟା ହାଇକୋର୍ଟ ଚେତାବନୀ ଦେଇଛନ୍ତି । ଗତ ଏପ୍ରିଲ ୧୭ ତାରିଖରେ ମୁର୍ଶିଦାବାଦରେ ରାମନବମୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକାଣ୍ଡର ଶୁଣାଣି କାଳରେ ଅଦାଲତ ଏହି ଚେତାବନୀ ଦେଇଛନ୍ତି । ଯଦି ଲୋକମାନେ ଶାନ୍ତି ଶୃଙ୍ଖଳାରେ ରହିପାରିବେ ନାହିଁ, ତେବେ ଆମେ କହିବୁ ଯେ ନିର୍ବାଚନ କମିଶନ ଏହି ଜିଲ୍ଲାଗୁଡ଼ିକରେ ସଂସଦୀୟ ନିର୍ବାଚନ କରିପାରିବେ ନାହିଁ । ଏହା ହିଁ ଏକମାତ୍ର ଉପାୟ ବୋଲି କାଲକାଟା ହାଇକୋର୍ଟ କହିଛନ୍ତି । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଯଦି ଦୁଇ ଗୋଷ୍ଠୀ ଏଭଳି ଲଢ଼େଇ କରୁଛନ୍ତି, ତେବେ ସେମାନେ କୌଣସି ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କାଲକାଟା ହାଇକୋର୍ଟ କ୍ଷୋଭର ସହ କହିଛନ୍ତି ।

Leave a Reply