Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧର୍ମ ନାମରେ ଦେଶକୁ ବିଭାଜନ କରିଥିବା କଂଗ୍ରେସ ସ୍ୱାଧୀନତା ପ୍ରଥମ ଦିନ ଠାରୁ ହିଁ ତୁଷ୍ଟିକରଣ କରିବା ଆରମ୍ଭ କରିଛି : ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧର୍ମ ନାମରେ ଦେଶକୁ ବିଭାଜନ କରିଥିବା କଂଗ୍ରେସ ସ୍ୱାଧୀନତା ପ୍ରଥମ ଦିନ ଠାରୁ ହିଁ ତୁଷ୍ଟିକରଣ କରିବା ଆରମ୍ଭ କରିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ରାୟପୁର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଛତିଶଗଡର ଜାଂଜଗୀର –ଚାମ୍ପା ଓ ମହାସମୁନ୍ଦରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ଶଂଖନାଦ ମହାରାଲୀ ଗୁଡିକୁ ସମ୍ବୋଧିତ କରିଥିଲେ । ସେ କଂଗ୍ରେସକୁ ଦଳିତ- ଆଦିବାସୀ ବିରୋଧୀ ବୋଲି କହିବାସହ ଇଣ୍ଡି ମେଂଟ ଉପରେ ପ୍ରବଳ ବର୍ଷିଥିଲେ । ଏହି ମହାରାଲୀ ଗୁଡିକରେ ଛତିସଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଛତିସଗଡର ଅର୍ଥ ମନ୍ତ୍ରୀ ଓପି ଚୌଧୁରୀ, ରାୟଗଡ ଲୋକସଭା ପ୍ରାର୍ଥୀ ରାଧେଶ୍ୟାମ ରାଠିଆ, ଜାଂଜଗୀର- ଚାମ୍ପାର ଲୋକସଭା ପ୍ରାର୍ଥୀ ଶ୍ରୀମତୀ କମଳେଶ ଜାଂଗଡେ, ରାୟପୁରର ଲୋକସଭା ପ୍ରାର୍ଥୀ ବୃଜମୋହନ ଅଗ୍ରୱାଲ, ମହାସମୁନ୍ଦର ଲୋକସଭା ପ୍ରାର୍ଥୀ ଶ୍ରୀମତୀ ରୁପ କୁମାରୀ ଚୌଧୁରୀ, କାଙ୍କେରର ଲୋକସଭା ପ୍ରାର୍ଥୀ ଭୋଜରାଜ ନାଗ ସମେତ ଅନେକ ବରିଷ୍ଠ ନେତା ଗଣ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କିଛି ମାସ ପୂର୍ବରୁ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ଛତିଶଗଡର ଜନସାଧାରଣ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି । ମୁଁ ଆପଣଙ୍କ ମଧ୍ୟରେ ବିକଶିତ ଭାରତ ଓ ବିକଶିତ ଛତିଶଗଡ ପାଇଁ ଆଶୀର୍ବାଦ ନେବାକୁ ଆସିଛି । ବିଗତ ଦଶ ବର୍ଷ ମଧ୍ୟରେ ଦେଶ ଖୁବ ଆଗକୁ ଯାଇଛି ହେଲେ ଆହୁରି ବହୁତ କିଛି କାମ କରିବାକୁ ବାକି ଅଛି । ୨୦୨୪ ମସିହାର ନିର୍ବାଚନରେ ଜନସାଧାରଣଙ୍କୁ କେବଳ ସାଂସଦ ନୁହେଁ ବରଂ ଆଗାମୀ ପୀଢି ପାଇଁ ଉଜ୍ୱଳ ଭବିଷ୍ୟତକୁ ବାଛିବା ପାଇଁ ନିର୍ବାଚନ । ଛତିଶଗଡର ଗତ ସରକାର ମୋଦୀ ସରକାରର ଅନେକ କାର୍ଯ୍ୟକୁ ରାଜ୍ୟରେ ପୂରା ହେବାକୁ ଦେଇ ନୁ ଥିଲା ହେଲେ ବିଷ୍ଣୁଦେବ ସାଏଙ୍କ ସରକାର ସହ ମିଶି ଅଟକି ଥିବା କାର୍ଯ୍ୟ ଗୁଡିକୁ ପୂରା କରାଯାଉଛି । ମୋଦୀ ଗତ ଦଶ ବର୍ଷ ହେଲାଣି ବିନା କୌଣସି ଛୁଟି ନେଇ ଦେଶର ଜନତାଙ୍କ ସେବା କରୁଛି । ଅନ୍ୟ ଲୋକ ମାନେ ସେମାନଙ୍କର ପିଲା ଓ ପରିବାର ପାଇଁ କାମ କରିଥାନ୍ତି , ହେଲେ ମୋଦୀ ପାଇଁ ଦେଶର ଜନସାଧାରଣ ହିଁ ତାର ପରିବାର । ଛତିଶଗଡର ଜନସାଧାରଣଙ୍କୁ ମଇ ସାତ ତାରିଖ ଦିନ ମୋଦୀ ଓ ବିଜେପି ପକ୍ଷରେ ଏଇଥି ପାଇଁ ମତଦାନ କରିବାର ଅଛି ଯେ ମୋଦୀ ଆପଣଙ୍କ ପାଇଁ ଦିନ ରାତି କାମ କରି ପାରିବ । ୧୯ ଏପ୍ରିଲ ତାରିଖ ଦିନ ପ୍ରଥମ ପର୍ଯ୍ୟାୟର ଲୋକସଭା ନିର୍ବାଚନରେ ଦେଶର ଜନସାଧାରଣ ଏକ ଶକ୍ତିଶାଳୀ ସରକାର ପାଇଁ ବିଜେପି ପକ୍ଷରେ ଭୋଟଦାନ କରି ଛନ୍ତି । ଅନ୍ୟ ପକ୍ଷରେ ଇଂଡି ମେଂଟରେ ବିବାଦର ସ୍ଥିତି ରହିଛି । ଝାଡଖଣ୍ଡରେ ଇଂଡି ମେଂଟର ରାଲୀରେ ପରସ୍ପରର ଲୋକ ମାନେ ମୁଣ୍ଡ ଫଟାଇଥିଲେ ଓ କପଡା ଫା଼ଡି ଦେଇଥିଲେ । ଇଂଡି ଏଲାଏନ୍ସର ପ୍ରଥମ ରାଲୀରେ ଯେତେ ନେତା ଥିଲେ ତାଙ୍କର ଶେଷ ରାଲୀରେ ଅଧାରୁ ଅଧିକ ନେତା ଗାୟବ ହୋଇଗଲେ । କଂଗ୍ରେସର ସ୍ଥିତି ଏତେ ଖରାପ ରହିଛି ଯେ ରାଜ ପରିବାରର ଲୋକ ମାନେ ଦିଲ୍ଲୀରେ ସ୍ୱୟଂ କଂଗ୍ରେସକୁ ଭୋଟ କରି ପାରିବେ ନାହିଁ କାରଣ ରାଜ ପରିବାରର ଲୋକସଭା ଅଂଚଳରେ କଂଗ୍ରେସର କେହି ପ୍ରାର୍ଥୀ ନାହାନ୍ତି । ଯ ।ହାଙ୍କ ଉପରେ ଦିଲ୍ଲୀର ବିଶ୍ୱାସ ଉଠି ଯାଇଛି, ତାଙ୍କ ଉପରେ ଛତିଶଗଡ କିପରି ବିଶ୍ୱାସ କରିବ । କିନ୍ତୁ ମୋତେ ଦେଶର ଜନ ସାଧାରଣଙ୍କ ଉପରେ ଅତୂଟ ବିଶ୍ୱାସ ରହିଛି । ଏହି କାରଣରୁ ଛତିଶଗଡରେ ପୁଣି ଥରେ ମୋଦୀ ସରକାରର ନାରା ଗୁଂଜାୟମାନ ହେଉଛି । ତୁଷ୍ଟିକରଣର ରାଜନୀତି କରୁଥିବା କଂଗ୍ରେସ ଉପରେ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଛତିଶଗଡ ନିକଟରେ ଷ୍ଟିଲର ଶକ୍ତି, କୋଇଲାର ଶକ୍ତି ଓ ବନ ସମ୍ପଦର ଭଂଡାର ରହିଛି । ଛତିଶଗଡ ନିକଟରେ ବିକଶିତ ଭାରତର ଯାତ୍ରାକୁ କ୍ଷୀପ୍ର ଗତି ଦେବାର ସାମର୍ଥ୍ୟ ରହିଛି । ରାମନାମୀ ସମାଜ ନିଜର ଭକ୍ତି ଭଜନ, ଶ୍ରୀରାମଙ୍କ ପ୍ରତି ସମର୍ପଣ ଓ ପ୍ରକୃତି ପ୍ରେମ ପାଇଁ ସର୍ବ ବିଦିତ । ରାମନାମୀ ସମାଜ ୧୫୦ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରି କହିଥିଲାଯେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କେଉଁ ତାରିଖରେ ହେବ । ଯେଉଁ ମନ୍ଦିରର ଆଶାକୁ ଦେଶର ଜନସାଧାରଣ ଭୁଲି ଯାଇଥିଲେ ସେହି ମନ୍ଦିରର କାର୍ଯ୍ୟକୁ ଭାରତୀୟ ଜନତା ପାର୍ଟି ପୂରା କରି ଦେଖାଇଛି । କଂଗ୍ରେସ ନେତା ମାନେ ବିଜେପିକୁ ଟାର୍ଗେଟ କରି କହୁଥିଲେ ଯେ ମନ୍ଦିର ୱହିଁ ବନାୟେଙ୍ଗେ, ତାରିଖ ନହିଁ ବତାଏଂଗେ । ହେଲେ ବିଜେରି କଂଗ୍ରେସକୁ ତିଥି ଓ ସମୟ କହିବା ସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ପଠାଇଥିଲା । କିନ୍ତୁ କଂଗ୍ରେସ ସପ୍ତମ ଆକାଶର ଅହଂକାରରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣକୁ ଅସ୍ୱୀକାର କରି ଦେଇଥିଲା ।

Leave a Reply