Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ


ଆଠମଲ୍ଲିକ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଉପସଭାପତି କଷ୍ୟପ କ୍ଷେତୀ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ତରୁଣ କୁମାର ଦାଶ ଶିଶୁଙ୍କ ଗଠନରେ ମା ଏବଂ ପରିବାର ର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଘର ହିଁ ବିଦ୍ୟାଳୟର ମୌଳିକ ସ୍ତରରେ ଆଚାର୍ଯ୍ୟା ରିଜୁମଣି ତ୍ରିପାଠୀ ପ୍ରଥମ ଶ୍ରେଣୀରେ ଶିଶୁ ଙ୍କୁ କିପରି ଭାଷା ଜ୍ଞାନ ଦେବା ଏବଂ ଘରେ କିପରି ମାତୃଭାଷା ଅଭ୍ୟାସ କରାଇବା, ସୁଲିଖନର ଅଭ୍ୟାସ କରାଇବା ଏହାଉପରେ ଏକ ମଡେଲ କ୍ଲାସ ନେଇଥିଲେ । ତତ୍ ସହିତ ଆଚାର୍ଯ୍ୟା ସବିତା ମହାକୁଡ଼ ଗଣିତ ପିରିଅଡ୍ ନେଇଥିଲେ । ଶିଶୁଙ୍କୁ କିପରି ସହଜ ଓ ସରଳ ଉପାୟରେ ସଂଖ୍ୟା ଗଣିବା, ଯୋଗ କରିବା, ଅଙ୍କ ଜ୍ଞାନ ଦେବା ଉପରେ ବ୍ୟାଖ୍ୟା କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟା ବବିତା ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଆଚାର୍ଯ୍ୟ ଦିଲ୍ଲୀପ କୁମାର ମିଶ୍ର ଧନ୍ୟାଦ ଅର୍ପଣ କରିଥିଲେ ା

Leave a Reply