ଆମ ଦେଶ ପାଇଁ ପ୍ରତି ପାଞ୍ଚ ବର୍ଷରେ ପାଞ୍ଚ ମିନିଟ୍ ସମୟ ବାହାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇସାରିଛି । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ୨୬ ଏପ୍ରିଲରେ ହେବ । ତେବେ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହି ସମୟରେ ସାଧାରଣ ନିର୍ବାଚନରେ ଭୋଟ୍ ଦେବାକୁ ଦେଶର ନାଗରିକମାନଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ସାମ୍ବିଧାନିକ ଗଣତନ୍ତ୍ରରେ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ, ତେଣୁ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗର ‘ମୋ ଭୋଟ୍ ମୋ ସ୍ୱର’ ମିଶନ ପାଇଁ ଏକ ଭିଡିଓ ବାର୍ତ୍ତାରେ ଜଷ୍ଟିସ ଚନ୍ଦ୍ରଚୁଡ଼ କହିଛନ୍ତି, “ଆମେ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ନାଗରିକ । ନାଗରିକ ଭାବରେ ସମ୍ବିଧାନ ଆମକୁ ଅନେକ ଅଧିକାର ପ୍ରଦାନ କରେ, କିନ୍ତୁ ଏହା ମଧ୍ୟ ଆଶା କରେ ଯେ ଆମ ସହିତ ଜଡିତ ଥିବା କାର୍ଯ୍ୟଗୁଡିକ ପାଳନ କରିବା ଏବଂ ସାମ୍ବିଧାନିକ ଗଣତନ୍ତ୍ରରେ ନାଗରିକତ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଭୋଟ୍ ଦେବା । ଆମ ମହାନ ମାତୃଭୂମିର ନାଗରିକ ଭାବରେ ଦାୟିତ୍ୱସଂପନ୍ନ ହୋଇ ଭୋଟ୍ ଦେବାର ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ଆମ ଦେଶ ପାଇଁ ପ୍ରତି ପାଞ୍ଚ ବର୍ଷରେ ପାଞ୍ଚ ମିନିଟ୍ ସମୟ ବାହାର କରନ୍ତୁ ।

Leave a Reply

Your email address will not be published. Required fields are marked *