Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ବାଲେଶ୍ୱର ସହର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ବାଲେଶ୍ୱର ସହର

ବାଲେଶ୍ୱର: ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମତିଥି ରାମ ନବମୀ ଅବସରରେ ବୁଧବାର ରାମମୟ ହୋଇ ଉଠିଥିଲା ବାଲେଶ୍ୱର ସହର । ଜୟ ଶ୍ରୀରାମ ଧ୍ୱନିରେ କମ୍ପି ଉଠିଥିଲା ସମଗ୍ର ସହର । ପ୍ରତିବର୍ଷ ଭଳି ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଆୟୋଜିତ ବିଶାଳ ଜାଗରଣ ପଦଯାତ୍ରାରେ ହଜାର ହଜାର ରାମଭକ୍ତଙ୍କ ସମ୍ପୃକ୍ତି ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ପୂର୍ବାହ୍ଣରେ ଜାଗରଣ ସଂଘ ପକ୍ଷରୁ ସ୍ଥାନୀୟ ପରମିଟ ପଡ଼ିଆରେ ପ୍ରଭୁ ଶ୍ରୀରାମଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା, ହନୁମାନ ଚାଳିଶା ପାଠ ଓ ଯଜ୍ଞ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରୁ ପଡ଼ିଆରେ ରାମଭକ୍ତଙ୍କ ସମାଗମ ଆରମ୍ଭ ହୋଇଥିଲା । ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟରୁ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା । ଶଙ୍ଖଧ୍ୱନି, ମୃଦଙ୍ଗ, ଢୋଲ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଫାଟିପଡୁଥିଲା ସହରର ରାସ୍ତା ଘାଟ । ସହର ସମେତ ଉପକଣ୍ଠ ଗ୍ରାମାଞ୍ଚଳରୁ ହଜାର ହଜାର ରାମଭକ୍ତ ଏଥିରେ ସାମିଲ ହୋଇଥିଲେ । ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମହିଳା ପୁରୁଷ ପର୍ଯ୍ୟନ୍ତ, ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ଆଶାତୀତ ଉତ୍ସାହ ଓ ଉନ୍ମାଦନା । ଏହି ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ଜିଲାସ୍କୁଲ ରାସ୍ତା ଦେଇ ଏଡିଏମ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ଫାଣ୍ଡିଛକ, ଚିଡ଼ିଆପୋଲ, ଗୋପାଳଗାଁ, ସୁଏଲପୁର, ମଣ୍ଡଳବଜାର, ବାରବାଟୀ, ଦାମୋଦରପୁର, ଗୋଳାପୋଖରୀ ଛକ, ଟାଉନଥାନା ଓ ସିନେମାଛକ ପରିକ୍ରମା ସହ ପୁନର୍ବାର ପରମିଟ ପଡ଼ିଆରେ ପହଞ୍ଚିଥିଲା । ପଦଯାତ୍ରାରେ ସାମିଲ ହୋଇଥିବା ଅଭିଯାତ୍ରୀଙ୍କୁ ସେବା ପ୍ରଦାନ ପାଇଁ ସହରର ସ୍ଥାନେ ସ୍ଥାନେ ବଦାନ୍ୟ ବ୍ୟକ୍ତି ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ କ୍ୟାମ୍ପ ସ୍ଥାପନ କରିଥିଲେ । ସମସ୍ତଙ୍କ ପାଇଁ ଦହି ସର୍ବତ, ରସନା ପାଣି ତରଭୁଜ, ଖିରି, ଖେଚୁଡ଼ି, ଗଜାମୁଗ ଓ ବୁଟ ଆଦି ଜଳଯୋଗ ବ୍ୟବସ୍ଥା କରିଥିଲେ ।

Leave a Reply