Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ନବମୀ ସମନ୍ୱୟ ସମିତି ଆନୁକୂଲ୍ୟରେ ହିନ୍ଦୁ ଜାଗରଣ ମଂଚ ଖୋର୍ଦ୍ଧା ଶାଖା ସଂଯୋଜନାରେ ବିଶାଳ ବାଇକ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ନବମୀ ସମନ୍ୱୟ ସମିତି ଆନୁକୂଲ୍ୟରେ ହିନ୍ଦୁ ଜାଗରଣ ମଂଚ ଖୋର୍ଦ୍ଧା ଶାଖା ସଂଯୋଜନାରେ ବିଶାଳ ବାଇକ ଶୋଭାଯାତ୍ରା


ଖୋର୍ଦ୍ଧା : ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ନବମୀ ସମନ୍ୱୟ ସମିତି ଆନୁକୂଲ୍ୟରେ ହିନ୍ଦୁ ଜାଗରଣ ମଂଚ ଖୋର୍ଦ୍ଧା ଶାଖା ସଂଯୋଜନାରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁରୁଜଙ୍ଗ ମେଲଣ ପଡିଆ ଠାରୁ ବାହାରି ରାମଙ୍କ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜରିପୁଟ ଶ୍ରୀସଙ୍କଟମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶତାଧିକ ରାମଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଜୟ ଶ୍ରୀରାମ ମନ୍ତ୍ରଧ୍ୱନୀରେ ଖୋର୍ଦ୍ଧା ସହର ରାମମୟ ହୋଇଛି । ହିନ୍ଦୁ ଜାଗରଣ ମଂଚ, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଆଶିଷ ବିଦୂରେନ୍ଦ୍ର ଛୋଟରାୟ ପରିଚାଳନା କରିଥିଲେ । ସହ ଜିଲା ସଂଯୋଜକ ଶୁଭମ୍ ରାମ, ନଗର ସଂଯୋଜକ ତୁଷାର କାନ୍ତ ବେହେରା, ଖୋର୍ଦ୍ଧା ଖଣ୍ଡ ସଂଯୋଜକ ରାଧାମୋହନ ପ୍ରଧାନ, ପ୍ରଚାର ପ୍ରସାର ପ୍ରମୁଖ ସଂଜିତ ମହାପାତ୍ର, ପ୍ରତାପ ପ୍ରଧାନ, ମନୋରଞ୍ଜନ ପାତ୍ର, ରାକେଶ ରାଉତ, ସୌମ୍ୟ ରଂଜନ ବେହେରା, ସୌଭାଗ୍ୟ ହାତୀ , ବିକାଶ ବେହେରା ସମେତ ହିନ୍ଦୁ ଜାଗରଣ ମଂଚର ପ୍ରମୁଖ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ୱଂସେବକ ସଂଘରୁ ବେଲେଶ୍ୱର ସାହୁ, ପ୍ରଶାନ୍ତ ବେହେରା ଏବଂ ଆଦିତ୍ୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏବିଭିପିର ସରୋଜ ପାଲଟାସିଂହ, ସତ୍ୟ ବିଶୋୟୀ, ବିଶ୍ୱ ହିନ୍ଦୁ ପରିଷଦର ଅଭିମନ୍ୟୁ ଘଟୁଆଳ, ହୃଷିକେଶ ବେହେରା, ସମରେନ୍ଦ୍ର ଶତପଥୀ, ଅଧିବକ୍ତା ପରିଷଦର ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply