Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜନଗର ବିଶ୍ୱହିନ୍ଦୁ ପରିଷଦ ପ୍ରଖଣ୍ଡ ତରଫରୁ ଏକ ବିଶାଳ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଆୟୋଜିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜନଗର ବିଶ୍ୱହିନ୍ଦୁ ପରିଷଦ ପ୍ରଖଣ୍ଡ ତରଫରୁ ଏକ ବିଶାଳ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଆୟୋଜିତ

ରାଜନଗର ବିଶ୍ୱହିନ୍ଦୁ ପରିଷଦ ପ୍ରଖଣ୍ଡ ତରଫରୁ ଏକ ବିଶାଳ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଆୟୋଜିତ

ରାଜନଗର ରାମନବମୀ ମହୋତ୍ସବରେ ବିଶ୍ୱହିନ୍ଦୁ ପରିଷଦର ବିଶାଳ ଶୋଭାଯାତ୍ରା ପରିଭ୍ରମଣ ରାଜନଗର,(ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଦର ମହକୁମାରେ ଆଜିପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ପବିତ୍ର ଶ୍ରୀ ରାମନବମୀ ମହୋତ୍ସବ ରାଜନଗରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ରାଜନଗର ବିଶ୍ୱହିନ୍ଦୁ ପରିଷଦ ପ୍ରଖଣ୍ଡ ତରଫରୁ ଏକ ବିଶାଳ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ରାଜନଗର ବ୍ଲକର ହଜାରହଜାର ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର କାର୍ଯ୍ୟ କର୍ତ୍ତା ମାନେ ସ୍ଥାନୀୟ ଗୋପାଳପୁର ସ୍ଥିତ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ପାଖା ପାଖି ଦିନ ଦଶଘଟିକା ସମୟରେ ବାହାରି ଗୋପାଳପୁର ରାଜନଗର ପରିକ୍ରମା କରି ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ କରାଯାଇଥିଲା । ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଥାନା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଜେନା ଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଏବଂ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଉପସ୍ଥିତଥିଲେ । ଏହି ଭବ୍ୟ ଶୋଭାଯାତ୍ରା ରେ ଜିଲ୍ଲା ସମ୍ପାଦକ ବିରେନ୍ଦ୍ର ସାମଲ, ସହ ସଂପାଦକ ସ୍ମୃତି ଅନୁପମ ସେଠୀ, ଶିବ ପ୍ରସାଦ ମହାପାତ୍ର, ସନ୍ତୋଷ ଲେଙ୍କା, ବିବେକାନନ୍ଦ ଭୂୟାଁ, ବିବେକାନନ୍ଦ ଦାସ, କ୍ରୀଷ୍ଣା ବେହେରା, ବଶିଷ୍ଠ ଜେନା, ସୌମ୍ୟରଞ୍ଜନ ଜେନା, ଆନନ୍ଦ ଦାସ, ଆଶିଷ ସେଠୀ, ସିପୁ ସେଠୀ, ଦିଲ୍ଲୀପ ରଞ୍ଜନ ପାଲ, କୈଳାଶ ପରିଡ଼ା, ଦିଲ୍ଲୀପ ରାଉତ, ଦିଲ୍ଲୀପ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ

Leave a Reply