ଗାଈ ଚୋରି ଅଭିଯୋଗରେ ୨ କୋର୍ଟଚାଲାଣ



ଧର୍ମଶାଳା : ଗାଈ ଚୋରି ଅଭିଯୋଗ ରେ ପୁଲିସ ଗାଈକୁ ଉଦ୍ଧାର କରିବା ସହିତ ଦୁଇଜଣ ଆସାମୀଙ୍କୁ ଅଦାଲତ ଚାଲାଣ କରିଛି ଏଭଳି ଏକ ସ୍ପର୍ଶ କାତର ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁରିଆ ଗ୍ରାମରେ ଘଟଣା ରୁ ପ୍ରକାଶ ସୁନ୍ଦୁରିଆ ଗ୍ରାମର ସାନନ୍ଦ ବେହେରା (୬୯)ଙ୍କ ଦୁଇଟି ଗାଈ କୁ କିଏ ଚୋରାଇ ନେଇ ଥିବାର ଜାଣିବାକୁ ପାଇଥିଲେ ଏନେଇ ଧର୍ମଶଳା ଥାନାରେ ସାନନ୍ଦ ଏକ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ପାଇଲା ପରେ ପୁଲିସ ତଦନ୍ତ ଆରମ୍ଭ କରି ଗାଈ ଚୋରି କରିଥିବା ଦୁଇ ଆସାମୀ ବ୍ରହ୍ମବରଦା ଅଂଚଳର ବୋଲି ଜାଣିବାକୁ ପାଇଥିଲା ଆସାମୀଙ୍କୁ ଧରିବାକୁ ଏ ସମ୍ପର୍କରେ ଧର୍ମଶାଳା ଥାନାଧିକାରୀ ବ୍ରହ୍ମବରଦା ଥାନା ସହିତ ଯୋଗାଯୋଗ କରିଥିଲେ ବ୍ରହ୍ମବରଦା ଥାନାର ଏସଆଇ ବିଭୁତି ଭୂଷଣ ମହାପାତ୍ର ସଦଳବଳେ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମରେ ଚଢ଼ାଉ କରି ଚୋରି ହୋଇଥିବା ଗାଈ ସହିତ ଦୁଇଆସାମୀ ନିୟାଯୁଦ୍ଦିନଙ୍କ ପୁଅ ସେକ ଆକିବ ମହମଦ (୧୭) ଓ ଅଫରୋଜା ସାହିଁନଙ୍କ ପୁଅ ମହମଦ ହଜାଫ ଆୟନ (୧୬)ଙ୍କୁ ଧରିବାରେ ସଫଳ ହୋଇଥିଲା ପରେ ଦୁଇଆସାମୀଙ୍କୁ ଧର୍ମଶାଳା ପୁଲିସକୁ ହସ୍ତାନ୍ତର କରାଯିବା ପରେ ଧର୍ମଶାଳା ପୁଲିସ କେଶ ନମ୍ବର ୨୮୦/୨୪ ରେ ଏକ ମାମଲା ୠଜୁକରି ଆସାମୀ ଦୁଇଜଣଙ୍କୁ ଅଦାଲତ ଚାଲାଣ କରିଥିବା ସୂଚନା ମିଳିଛି ସୂଚନା ଥାଉକି ଏହି ଦୁଇ ଜଣଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ବହୁତ ମାମଲା ରହିଛି ।

Leave a Reply

Your email address will not be published. Required fields are marked *