Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବିଧାନ ଭାଙ୍ଗିବା ପାପ କରିଛି କଂଗ୍ରେସ: ନୀତିନ ଗଡକରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବିଧାନ ଭାଙ୍ଗିବା ପାପ କରିଛି କଂଗ୍ରେସ: ନୀତିନ ଗଡକରୀ

ନୂଆଦିଲ୍ଲୀ : କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ରାଜନୀତି ଅପେକ୍ଷା ଦେଶର ଭିତ୍ତିଭୂମି ବିକାଶ ବିଷୟରେ କହିବାକୁ ପସନ୍ଦ କରନ୍ତି, କିନ୍ତୁ ସେ ରାଜନୈତିକ ପ୍ରଶ୍ନର ତୀକ୍ଷ୍ଣ ଜବାବ ମଧ୍ୟ ଦେଇଛନ୍ତି । ସମ୍ବିଧାନ ବଦଳାଇ ଦେବା ନେଇ ଭାଜପା ବିରୋଧରେ ହୋଇଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ, ବିରୋଧୀଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି, ଏହା ନିଜେ ୮୦ ଥର ପରିବର୍ତ୍ତନ କରି ସମ୍ବିଧାନ ଭାଙ୍ଗିବା ପାପ କରିଛି । ସଂଖ୍ୟାଲଘୁ ତଥା ଦଳିତଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଥ୍ୟା ପ୍ରଚାର କରୁଛନ୍ତି । କିନ୍ତୁ, ସେମାନେ ଏଥିରେ ସଫଳ ହେବେ ନାହିଁ । କେସବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟର ୭ ଜଣ ବିଚାରପତି କହିଛନ୍ତି ଯେ, ସମ୍ବିଧାନର ମୌଳିକ ଗଠନକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । କଂଗ୍ରେସ ହିଁ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହୁଛି, ୮୦ ଥର ପରିବର୍ତ୍ତନ କରି ସମ୍ବିଧାନ ଭାଙ୍ଗିବା ପାପ କରିଛି ।

Leave a Reply