Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶାଳ ଶ୍ରୀରାମ ନବମୀ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶାଳ ଶ୍ରୀରାମ ନବମୀ ଶୋଭାଯାତ୍ରା


ଭଦ୍ରକ: ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଠାରେ ଶ୍ରୀ ରାମନବମୀ ସମିତି ପକ୍ଷରୁ ଆଜକୁ ୫ବର୍ଷ ହେବ ରାମନବମୀ ଶୋଭାଯାତ୍ରା ଧୁମଧାମରେ ପାଳିତ ହୋଇ ଆସୁଅଛି । ଏହି କ୍ରମରେ ମଙ୍ଗଳବାର ଶ୍ରୀ ରାମନବମୀ ସମିତି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ସ୍ଥାନୀୟ ରାମଗଡପଦା ସ୍ଥିତ ହନୁମାନ ମନ୍ଦିର ଠାରେ ବିଭିନ୍ନ ଆଡୁ ସୁସଜ୍ଜିତ ଶ୍ରୀ ରାମଲାଲାଙ୍କ ବିମାନ ଆସି ଏକତ୍ରିତ ହେବାପରେ ଶୋଭାଯାତ୍ରା ବାହାରି ଥିଲା । ସଂପୃକ୍ତ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହାବୀର ୟୁଥକ୍ଲବ, ପୁରୁଷଣ୍ଢ ରାମନବମୀ କମିଟି, ନୂଆପୋଖରି ବଜରଙ୍ଗଦଳ କମିଟି ସମେତ ମହାନ୍ତିପଡା, କୁଆଁଶମଢିଆ, ବିଟିପୁର, ବରହମପୁର, ମୁଣ୍ଡଳି ଆଦି ଅଞ୍ଚଳରୁ ୧୪ଗୋଟି ପ୍ରଜ୍ଞାପିତ ମେଢ ଓ ଡି.ଜେ ସାଉଣ୍ଡ, ଆଦିବାସୀ ନୃତ୍ୟ, ଭାଙ୍ଗଡା ନୃତ୍ୟ, ସିଙ୍ଘ ବାଜା, ଆତସବାଜି ସାଙ୍ଗକୁ ହଜାର ହଜାର ଦର୍ଶକଙ୍କ ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ଏହି ଶୋଭାଯାତ୍ରା ବିଳମ୍ବିତ ରାତ୍ରରେ କୁଆଁଶମଢିଆ ଠାରେ ଶେଷ ହୋଇଥିଲା । ଦେଢ କି.ମି ବ୍ୟାପି ଏହି ଶୋଭାଯାତ୍ରାରେ ଦଶ ହଜାରରୁ ଉର୍ଦ୍ଧ ଦର୍ଶକ ଓ ରାମ ଭକ୍ତ ଯୋଗ ଦେଇଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଶିଷ୍ଟ ନାଟ୍ୟକାର ସୁଧାଂଶୁ ଶେଖର ନାୟକ, ଜିଲ୍ଲ୍‌ା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସମାଜସେବୀ ପ୍ରଶାନ୍ତ କୁମାର ଦାଶ, ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମିତିର ସଭାପତି ତୃପ୍ତି ରଞ୍ଜନ ଦାଶ, ସଂପାଦକ ବାବୁରାମ ବେହେରା, ଜ୍ଞାନଚାନ୍ଦ ଗୁପ୍ତା, ଭାସ୍କର ଦାସ, ସର୍ବଜିତ୍ ପଣ୍ଡା, ଦିବ୍ୟ ଆକାଶ ପୁହାଣ, ଅତସି ପଣ୍ଡା, ସଂଗ୍ରାମ ସାହୁ, ଶ୍ରଦ୍ଧେୟ ପଣ୍ଡା ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୟ ନେଇଥିବା ବେଳେ ଆଗରପଡା ପୋଲିସ ପକ୍ଷରୁ ଶାନ୍ତି, ସୃଙ୍ଖଳା ରକ୍ଷା କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗରପଡାର ବିଭିନ୍ନ ସାମାଜିକ ସଂଙ୍ଗଠନ ଓ ପୂଜା କମିଟି ପକ୍ଷରୁ ଜଳଛତ୍ର, ଦହି ସର୍ବତ ଓ ଫଳ ବଣ୍ଟନ କରାଯାଇଥିଲା ।

Leave a Reply