Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ଏକତା ବିଶାଳ ଶୋଭାଯାତ୍ରାକୁ ବିପୁଳ ସମ୍ବର୍ଦ୍ଧନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ଏକତା ବିଶାଳ ଶୋଭାଯାତ୍ରାକୁ ବିପୁଳ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା – ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି, ଓଡିଆ ନବବର୍ଷ ଓ ମହାବୀର ହନୁମାନ ଜୟନ୍ତୀ ଅବସର ରେ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିର ପରିସର ରୁ ବାହାରି ସହର ପରିକ୍ରମା କରିଥିଲା । ପୂର୍ବାହ୍ନରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଶ୍ରୀରାମ ସେନା, ଧର୍ମରକ୍ଷା ସେନା ପ୍ରଭୃତି ସଂଗଠନ ଗୁଡିକର ମିଳିତ ସଂଯୋଜନା ରେ ଏହି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା ସହର ଅତିକ୍ରମ କରିବା ସମୟରେ ମୁଖ୍ୟ ସଡକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଶୋଭାଯାତ୍ରା କୁ ବିପୁଳ ସମ୍ବର୍ଦ୍ଧନା, ପଣା ବଣ୍ଟନ, ପାନୀୟ ଜଳ ବଣ୍ଟନ କରାଯାଇ ଶୋଭାଯାତ୍ରା କାରୀଙ୍କୁ ଜନ ସାଧାରଣ ଉତ୍ସାହିତ କରିଥିଲେ । ସଂଖ୍ୟାଲଘୁ ସଂପ୍ରଦାୟ ର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶୋଭାଯାତ୍ରା ରେ ସାମିଲ ହେବା ସହ ସ୍ୱାଗତ ସମ୍ବର୍ଦ୍ଧନା ଓ ଦହି ପାଣି, ପଣା ବିତରଣ କରିଥିଲେ । ଶୋଭାଯାତ୍ରା କୁ ବଳଗଣ୍ଡି, ମଢିଆଳ, ସାନ୍ତସାହି, କେଶପୁର ବଜାର, ସାନ ମଙ୍ଗଳା, ବଡ ମଙ୍ଗଳା ପ୍ରଭୃତି ସ୍ଥାନ ମାନଙ୍କରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା, ପୁଷ୍ପ ବୃଷ୍ଟି ଓ ଦହି ସରବତ ବଣ୍ଟନ କରାଯାଇ ଥିଲା । ବଳଦେବ ସେନା ପକ୍ଷରୁ ଇଛାପୁରରେ ପଣା ବିତରଣ କରାଯାଇ ଶୋଭାଯାତ୍ରା କାରୀଙ୍କୁ ଉତ୍ସାହିତ କରାଯାଇ ଥିଲା । ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନ ଓ ମୁଖ୍ୟ ସଡକରେ ପୋଲିସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ରାଷ୍ଟ୍ରବାଦୀ ସଂଗଠନର କର୍ମକର୍ତା ମାନେ ହଜାର ହଜାର ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply