Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଦେଶର ନାଗରିକ ଧନୀ ଓ ସେନା ସବଳ ହେଲେ ଭାରତ ବିଶ୍ୱଗୁରୁ ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଦେଶର ନାଗରିକ ଧନୀ ଓ ସେନା ସବଳ ହେଲେ ଭାରତ ବିଶ୍ୱଗୁରୁ ହେବ

’ ହରିଦ୍ୱାର : ପତଞ୍ଜଳି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଛତ୍ରପତି ଶିବାଜୀ ମହାରାଜ କଥାମୃତର ସପ୍ତମ ଦିବସରେ ପୂଜ୍ୟ ସ୍ୱାମୀ ଗୋବିନ୍ଦବେ ଗିରିଜୀ ମହାରାଜ କହିଥିଲେ ଯେ, ଆମ ଦେଶ ପ୍ରଥମେ ବିଶ୍ୱଗୁରୁ ହେବାକୁ ଯାଉଛି । ଏଥିପାଇଁ କାହାର ସହାୟତା ଆବଶ୍ୟକତା ନାହିଁ । ଯଦି ଭାରତୀୟ ନାଗରିକ ଧନୀ ହୋଇପାରିବେ ସେନାର ଦକ୍ଷତା ବୃଦ୍ଧି ପାଇବ ତେବେ ଭାରତ ବିଶ୍ୱ ଗୁରୁ ହୋଇପାରିବ ବୋଲି ସେ କହିଥିଲେ । ଭାରତ ମାନବତା, ଆଧ୍ୟାତ୍ମିକ ପରିବେଶରେ ନିଜକୁ ସ୍ଥିର ରଖିଛି । ଏହା ସାରା ବିଶ୍ୱକୁ ମାର୍ଗଦର୍ଶନ ଦେଉଛି । ଆଜିର ସମାଜରେ ଧନର କୌଣସି ଆବଶ୍ୟକତା ନଥିଲେ ବି ଧନ ବିନା ବଡ ବଡ କାର୍ଯ୍ୟ ଅଟକି ଯିବାର ସମ୍ଭାବନା ରହିଛି । ଆଧୁନିକ କାଳରେ ଆମର ପୂଜ୍ୟ ସ୍ୱାମୀ ରାମଦେବ ମହାରାଜ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ମହାରାଜ ଏହାକୁ ନିଜେ ଅନୁଭବ କରିଛନ୍ତି । ସେମାନେ ଦାନ ମାଗି ମାନବ ସେବା ପାଇଁ ନିଜକୁ ସମର୍ପି ଦେଇଛନ୍ତି । ଏହି ଅବସରରେ ସେ ଶିବାଜୀ ମହାରାଜଙ୍କ ପରାକ୍ରମ ଓ ବିରତ୍ୱ ବିଷୟରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ମୋଗଲ ଶାସନ ସମୟରେ ଦେଶର ଉତ୍ପିଡନ ବୃଦ୍ଧି ପାଇଥିଲା । ପରେ ଇଂରେଜ ଶାସନ ସମୟରେ ମଧ୍ୟ ଲୋକମାନେ ପରାଧୀନର ବଶ ହୋଇ ଦୁର୍ଦ୍ଦିନର ସମ୍ମୁଖିନ ହୋଇଥିଲେ । ତେବେ ଆଜି ଭାରତ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ସମର୍ଥ ହୋଇଛି । ଏଥିରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ମହାବୀର ଅଗ୍ରୱାଲ, ମାନସ ସମ୍ବଳ ବିଭାଗ ମୁଖ୍ୟ ଆଚାର୍ଯ୍ୟା ଦେବପ୍ରିୟା, ଆଚାର୍ଯ୍ୟକୁଳ ଉପାଧ୍ୟକ୍ଷା ଋତୁମ୍ଭରା, ଭାରତୀୟ ସ୍ୱାଭିମାନର ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ଭାଇ ରାକେଶ ପ୍ରଭାରୀ ଉପସ୍ଥିତ ଥିଲେ ।

Leave a Reply