Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀମନ୍ଦିର ଭିତରେ ସୁରକ୍ଷାକର୍ମୀଙ୍କୁ ନିଶାସକ୍ତ ବିଦେଶୀ ପର୍ଯ୍ୟଟକଙ୍କ ଆକ୍ରମଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀମନ୍ଦିର ଭିତରେ ସୁରକ୍ଷାକର୍ମୀଙ୍କୁ ନିଶାସକ୍ତ ବିଦେଶୀ ପର୍ଯ୍ୟଟକଙ୍କ ଆକ୍ରମଣ


ପୁରୀ: ଶ୍ରୀମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ଜଣେ ନିଶାଡ଼ି ବିଦେଶୀ ପର୍ଯ୍ୟଟକ । ସୂଚନା ଅନୁସାରେ ଥୋମାସ କ୍ରେଜ ସେଲଡନ ନାମକ ଜଣେ ବ୍ରିଟିସ୍ ପର୍ଯ୍ୟଟକ ବେଳାଭୂମି ନିକଟରେ ନିଶା ସେବନ କରୁଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଥୋମାସଙ୍କୁ ସମୁଦ୍ରକୁଳ ଥାନା ଉଦ୍ଧାର କରିଥିଲା । ପୁରୀର ଏକ ଆଶ୍ରମରେ ରହୁଥିବା ଥୋମାସଙ୍କ ପରିବାର ଥାନାରେ ଅଣ୍ଡରଟେକିଂ ଲେଖି ନେଇ ଯାଇଥିଲେ । ପରବର୍ତୀ ସମୟରେ ଥୋମାସ ଶ୍ରୀ ମନ୍ଦିର ଭିତରେ ପଶିବାକୁ ଉଦ୍ୟମ କରୁଥିଲେ । ବେହରଣ ଦ୍ୱାର ନିକଟରେ ସୁରକ୍ଷାକର୍ମୀଙ୍କ ସହ ସେ ବଚସା କରିବା ସହ ଆକ୍ରମଣ କରିଥିଲେ । ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ କାବୁ କରି ପୋଲିସର ଘଟଣାର ତଦନ୍ତ କରୁଛି ।

Leave a Reply