ଭାରତରତ୍ନ ପ୍ରଦାନ


ନୂଆଦିଲ୍ଲୀ: ମାର୍ଚ୍ଚ ୩୦ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଭାରତ ରତ୍ନ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଂଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ୪ ଜଣଙ୍କୁ ମରଣୋତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି । ମରଣୋତର ଭାବେ ସମ୍ମାନ ପାଇଥିବା ଚାରି ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣସିଂହ ଓ ପିଭି ନରସିଂହା ରାଓ, କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବ ଜନକ ଏମ୍ ଏସ୍ ସ୍ୱାମୀନାଥନ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ କର୍ପ ୁରୀ ଠାକୁର । ଭାରତ ରତ୍ନ ପୁରସ୍କାରକୁ ଚୌଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ, ନରସିଂହ ରାଓଙ୍କ ପୁଅ ପି.ଭି ପ୍ରଭାକର ରାଓ, କର୍ପ ୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଏବଂ ଏମଏସ୍ ସ୍ୱାମୀନାଥନଙ୍କ ଝିଅ ନିତ୍ୟା ରାଓ ରାଷ୍ଟ୍ରୀୟ ଭବନରେ ଆୟୋଜିତ ଏକ ଉତ୍ସବରେ ଗ୍ରହଣ କରିଛନ୍ତି । ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ରବିବାର ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *