Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀନଗର ପୋଲିସକୁ ମିଳିଲା ବଡ଼ ସଫଳତା ଗିରଫ ହେଲେ ୪ଆତଙ୍କବାଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀନଗର ପୋଲିସକୁ ମିଳିଲା ବଡ଼ ସଫଳତା ଗିରଫ ହେଲେ ୪ଆତଙ୍କବାଦୀ

ନୂଆଦିଲ୍ଲୀ ଜମ୍ମୁକାଶ୍ମୀରର ଶ୍ରୀନଗର ପୁଲିସ ସୁରକ୍ଷା ବାହିନୀ ସହିତ ମିଶି ଜୋସ-ଏ-ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ମଡ୍ୟୁଲ ଉପରେ ଚଢ଼ାଉ କରି ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ପୁଲିସ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଜୈସଏ- ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୪ଜଣଙ୍କୁ ଗିରଫ କରିଥିଲା । ଏଥିସହିତ ଆତଙ୍କବାଦୀଙ୍କ ନିକଟରୁ ସ୍ଥାନୀୟ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ରାଇଫଲ, ଗୁଳି, ମାଗାଜିନ, ବନ୍ଧୁକ ଓ ୬ଟି ଚାଇନା ବୋମା ରହିଛି । କାଶ୍ମୀର ଜୋନ୍ ପୁଲିସର କହିବାନୁସାରେ, ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀନଗର ପୁଲିସ ଅଧିକ ତଦନ୍ତରେ ନିୟୋଜିତ ଅଛି । ଗିରଫ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ପୁଲିସ ପଚରାଉଚରା କରୁଛି । ପୁଲିସର ସର୍ଚ୍ଚ ଅପରେସନ ଚାଲିଛି । ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ୟାସିନ ଭଟ, ଶେରାଜ ଅହମ୍ମଦ ରାଠୋ, ଗୁଲାମ ହାସନ ଖଣ୍ଡେ ଏବଂ ଅହମ୍ମଦ ଭଟ ବୋଲି । ପୁଲିସ ସୂଚନାନୁସାରେ, ପଚରାଉଚରା ବେଳେ ଗିରଫ ଆତଙ୍କବାଦୀ କହିଥିଲେ, ସେମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଜୈସ-ଏ-ଅହମ୍ମଦ ସହିତ ଜଡ଼ିତ ଅଛି । ଏହି ସଙ୍ଗଠନ ସହିତ ଯୋଡ଼ି ହୋଇ ସେମାନେ ଆତଙ୍କବାଦୀ ମଡ୍ୟୁଲ ଭାବେ କାମ କରନ୍ତି ।

Leave a Reply