Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆରମ୍ଭ ହେଲା ଅଖିଳ ଭାରତୀୟ ପ୍ରତିନିଧି ସଭା-ଓଡିଶାରୁ ଯୋଗଦେଲେ ୪୬ ଜଣ ପ୍ରତିନିଧି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆରମ୍ଭ ହେଲା ଅଖିଳ ଭାରତୀୟ ପ୍ରତିନିଧି ସଭା-ଓଡିଶାରୁ ଯୋଗଦେଲେ ୪୬ ଜଣ ପ୍ରତିନିଧି


ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ଅଖିଳ ଭାରତୀୟ ପ୍ରତିନିଧି ସଭା ଚଳିତ ବର୍ଷ ୨୦୨୪ ମାର୍ଚ୍ଚ ୧୫,୧୬ ଓ ୧୭ ତିନି ଦିନ ଧରି ମହାରାଷ୍ଟ୍ରର ନାଗପୁର ସ୍ଥିତ ରେଶିମବାଗ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହେବ । ଏହି ପ୍ରତିନିଧି ସଭାରେ ବିଭିନ୍ନ ରାଜ୍ୟରୁ ୧୫୨୯ ପ୍ରତିନିଧି ଯୋଗ ଦେଇଥିବା ବେଳେ ଓଡିଶାରୁ ୪୬ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି ବୋଲି ସଂଘର ଓଡିଶା ପୂର୍ବପ୍ରାନ୍ତର ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ସଂଘର ପ୍ରତିନିଧି ସଭା ପ୍ରତବର୍ଷ ଦେଶର ବିଭିନ୍ନ ସ୍ଥାନରେ ତଥା ପ୍ରତି ତିନି ବର୍ଷରେ ଥରେ ନାଗପୁରଠାରେ ଅନୁଷ୍ଠିତ ହୋଇଥାଏ । ପ୍ରତିନିଧି ସଭା ବୈଠକରେ ପରମ ପୂଜନୀୟ ସରସଂଘଚାଳକ ଡ. ମୋହନ ଭାଗବତ, ମାନନୀୟ ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ, ସମସ୍ତ ସହସରକାର୍ଯ୍ୟବାହ, ଅଖିଳ ଭାରତୀୟ କାର୍ଯ୍ୟକାରିଣୀ , କ୍ଷେତ୍ର ଓ ପ୍ରାନ୍ତ କାର୍ଯ୍ୟକାରିଣୀ, ସଂଘର ନିର୍ବାଚିତ ଅଖିଳ ଭାରତୀୟ ପ୍ରତିନିଧି, ସମସ୍ତ ବିଭାଗ ପ୍ରଚାରକ ଏବଂ ବିବିିଧ ସଂଗଠନର ନିମନ୍ତ୍ରିତ କାର୍ଯ୍ୟକର୍ତାମାନେ ଭାଗ ନେଇଛନ୍ତି ।

Leave a Reply