ଭାରତୀୟ ମଜଦୂର ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଓ କେସିଙ୍ଗା ଗସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍କୁଲ ପାଚିକାମାନେ ଦଶନ୍ଧି ଦଶନ୍ଧି ଧରି କମ୍ ପାରିଶ୍ରମିକରେ ସରକାରଙ୍କ ଶିଶୁ ପ୍ରଯତ୍ନ ପୃଷ୍ଟିକର ଖାଦ୍ୟ ଓ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟରେ ସରକାରଙ୍କୁ ନିରବଚ୍ଛିନ୍ନ ଦିବା ରାତ୍ରି ସେବା ଯୋଗାଇ ଆସୁଛନ୍ତି । କିନ୍ତୁ ପରିତାପର ବିଷୟ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଚାକିରି ନିୟମିତ କରିବା ଦରମା ବୃଦ୍ଧି ଭଳି ଦାବି ଭିନ୍ନଭିନ୍ନ ସମୟରେ ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ସରକାର କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ନେଇ ନ ଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ସମସ୍ତ ଦାବି ପୂରଣ ପାଇଁ କଳାହାଣ୍ଡି ଗସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ବିଶ୍ୱ ରଞ୍ଜନ ସା, ବରିଷ୍ଠ କାର୍ଯ୍ୟକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା, କଳାହାଣ୍ଡି ବିଏମସ କୋଷାଧ୍ୟକ୍ଷ ପ୍ରମୋଦ ବଣିଆ, ସନ୍ନ୍ୟାସ ପଧାନ, ଜିଲ୍ଲା ସମ୍ପାଦିକା ପ୍ରେମଲତା ସାମନ୍ତରାୟ, ରାଜ୍ୟ ମହିଳା ଆୟୋଗ ଝୁନୂପମା ଶତପଥୀ , ଜିଲ୍ଲା କୋଠାବାଡ଼ି ସମ୍ପାଦକ ରାଧାକାନ୍ତ ବେହେରା , ସଭାପତି ଭବାନୀ ଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ରହି ମହାମହିମ ରାଜ୍ୟପାଳ ଙ୍କୁ ବିଭିନ୍ନ ଦାବି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *