Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୭ସୁଦ୍ଧା ଭାରତ ହେବ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୭ସୁଦ୍ଧା ଭାରତ ହେବ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ନାମରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହେବାକୁ ଯାଉଛି । ୨୦୨୭ ସୁଦ୍ଧା ଜାପାନ ଓ ଜର୍ମାନୀକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ । ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ ଜେଫରିଜ୍ ଏକ ରିପୋର୍ଟରେ ଏହା କହିଛି । ବ୍ରୋକରେଜ୍ କମ୍ପାନୀ ଏହା ମଧ୍ୟ କହିଛି ଯେ ଭାରତୀୟ ଷ୍ଟକ ବଜାର ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୦ ବର୍ଷ ଧରି ଷ୍ଟକ ବଜାର ବାର୍ଷିକ ହାରାହାରି ୧୦-୧୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ଏହା ଏବେ ପଞ୍ଚମ ବୃହତ୍ତମ ଇକ୍ୱିଟି ବଜାର ।ଏହି ବେଗରେ ବୃଦ୍ଧି ଯୋଗୁଁ ୨୦୩୦ ସୁଦ୍ଧା ଭାରତୀୟ ଷ୍ଟକ ବଜାରର ବଜାର କ୍ୟାପିଟାଲାଇଜେସନ ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି । ବ୍ରୋକରେଜ୍ ଫାର୍ମ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଭାରତର ଜିଡିପି ଆମେରିକୀୟ ଡଲାରରେ ୭ ପ୍ରତିଶତ ସିଏଜିଆର ବୃଦ୍ଧି ପାଇ ୩.୬ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଏହା ଅଷ୍ଟମ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ।

Leave a Reply