ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେଉଛି ଜୋରନ୍ଦାର ମହିମାଗାଦୀ ଗାଦୀ


ଢେଙ୍କାନାଳ, :ଫେବୃୟାରୀ ୨୨ ଠାରୁ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ସାରା ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାକୁ ମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ମହିମଗାଦୀରେ ସମାଗମ ହୋଇଛନ୍ତି । ସଂଧ୍ୟାପରେ ଗାଦୀ ମନ୍ଦିର ଚାରିଦ୍ୱାରରେ ପ୍ରଜ୍ୱଳିତ ଝାଡବତୀରେ ମହଣ ମହଣ ଘୃତହୁତି କରି ଜଗତ ଭକତର କଲ୍ୟାଣ ମନାସୁଛନ୍ତି ମହିମା ସାଧୁ ।ଆଉ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେଉଛି ଢେଙ୍କାନାଳର ମହିମା ଗାଦୀ ।ମାଘ ଶୁକ୍ଳ ଚତୁର୍ଦଶି ଅବସରରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । । ମହିମା ପରମ୍ପରା ମୁତାବକ ଚଲିତ ବର୍ଷ ମହିମା ସାଧୁ ମାନେ ତାଙ୍କର ୧୫୧ତମବାର୍ଷିକ ଉତ୍ସବ ପାଳୁଛନ୍ତି । ଏହି ମେଳାର ପ୍ରଭୁ ଶୂନ୍ୟଦେହୀ ଙ୍କ ଉପଲକ୍ଷେ ପ୍ରଭୁ ପୂର୍ଣ୍ଣିମା ଓ ଦେଶ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରୁଛନ୍ତି ମହିମା ସାଧୁ । ପ୍ରାତଃ ସମୟରୁ ମହିମା ନୀତିକାନ୍ତିର ମହିମା ସାଧୁ ମାନେ ପ୍ରଭୁ ଅଲେଖ ସ୍ୱାମୀଙ୍କ ସେବା ଲାଗିପଡିଛନ୍ତି । ମୁଖ୍ୟ ଗାଦୀ ମନ୍ଦିର ଚତୁଃର୍ପାର୍ଶ୍ୱ ଚାରି ଦ୍ୱାରରେ ସ୍ୱତନ୍ତ୍ର ନୀତି ସେବକ ମାନେ ଧୁନୀ ସ୍ଥାପନ କରିଛନ୍ତି । । ପରମ୍ପରା ମୁତାବକ ମହିମା ସତ୍ୟ ସମାଜ ଓ ସାଧୁ ସମାବେଶ ନିଷ୍ପତି ମୁତାବକ ଅପର ସନ୍ୟାସୀ ଭାବେ ୩୩ଜଣଙ୍କୁ କୌ ପନି ଓ ପର ସନ୍ୟାସୀ ଭାବେ ୧୩ ଜଣଙ୍କୁ ବକଲ ପ୍ରଦାନ କରାଯାଇଥିବା ପ୍ରକାଢ଼ କରିଛନ୍ତି ବକଲ ଧାରୀ ମହିମା ସମାଜ ମୁଖ୍ୟ । ଚଳିତ ସୂର୍ଯ୍ୟଙ୍କ ତେଜ ପ୍ରଖର ହେବାରେ ଲାଗିଥିଲେ ମଧ୍ୟ ଖରା କୁ ଭ୍ରୁକ୍ଷେପ ନକରି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହୋଇଛି । ସାରା ବିଶ୍ୱର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଢାଳୁ ମାନେ ମହିମା ଧର୍ମର ଏହି ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଡିରେ ସମାଗମ ହୋଇଛନ୍ତି । ମହିମଗାଦୀର ଅଖଣ୍ଡ ବତୀ ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶି ହାତିଆ ମନ୍ଦିର ସାଙ୍ଗକୁ ସାଧୁ ମାନଙ୍କର ନିଭିନ୍ନ ଆଶ୍ରମ ମଣ୍ଡଳରେ ଭକ୍ତ ମାନଙ୍କର ଲାଗିରହିଛି ଖଚା ଖଚ ଭିଡ଼ ।

Leave a Reply

Your email address will not be published. Required fields are marked *