Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମିଶନ ଗଗନଯାନ: କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ ସଫଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମିଶନ ଗଗନଯାନ: କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ ସଫଳ

ବେଙ୍ଗାଲୁରୁ: ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ସଫଳ ହେବା ପରେ ବର୍ଷ ଆରମ୍ଭରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ଟ୍ରାଏଲରେ ଆଉ ପାଦେ ଆଗକୁ ବଢିଛି । ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାରେ ବ୍ୟବହାର ହେବାକୁ ଥିବା କ୍ରାୟୋଜେନିକ ଇଞ୍ଜିନର ଆଜି ସଫଳ ପରୀକ୍ଷଣ କରିଛି ‘ଇସ୍ରୋ’ । ଏହି କ୍ରାୟୋଜେନିକ ଇଞ୍ଜିନ ହିଁ ଉତକ୍ଷେପଣରେ ବ୍ୟବହାର ହେବାକୁ ଥିବା ରକେଟରେ ବ୍ୟବହାର ହେବ । ଏହି ବହୁପ୍ରତୀକ୍ଷିତ ମିଶନରେ ‘ସିଇ-୨୦’ କ୍ରାୟୋଜେନିକ ଇଞ୍ଜିନ ବ୍ୟବହାର ହେବାକୁ ଯାଉଛି । ଏହି ଇଞ୍ଜିନ ଏବେ ସମ୍ପୂର୍ଣ୍ଣ ସଫଳତାର ପରୀକ୍ଷଣ ହୋଇସାରିଛି । ମାନବ ରେଟିଂ ମାନକ ସହ ଏହି ଇଞ୍ଜିନକୁ ଭିନ୍ନ ଭିନ୍ନ ୩୯ ହଟ ଫାଏରିଂ ଷ୍ଟାଟସ ସହ ପରୀକ୍ଷଣ କରାଯାଇଥିଲା । ଏହି ପ୍ରଜ୍ଜଳନ ପ୍ରକ୍ରିୟା ମୋଟ ୮ ହଜାର ୮୧୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା । ତେବେ ସଫଳ ପରୀକ୍ଷଣ ପାଇଁ ପାଇଁ ୬ ହଜାର ୩୫୦ ସେକେଣ୍ଡ ପର୍ଯ୍ୟନ୍ତ ଇଞ୍ଜିନ ସମ୍ପୂର୍ଣ୍ଣ ସଠିକତାର ସହ ସଞ୍ଚାଳିତ ହେବା ଜରୁରୀ ଥିଲା । ପରୀକ୍ଷଣର ପ୍ରତ୍ୟେକ ପର୍ଯ୍ୟାୟରେ ଏହି ଇଞ୍ଜିନ ସମ୍ପୂର୍ଣ୍ଣ ସଠିକତାର ସହ କାର୍ଯ୍ୟ ସମ୍ପାଦନ କରିଛି । ତେବେ ମାନବ ଉତକ୍ଷେପଣ କରିବା ପୂର୍ବରୁ ଇସ୍ରୋ ମାନବବିହୀନ ମିଶନମଧ୍ୟ ଶେଷ କରିବ । ଚଳିତବର୍ଷ ମଧ୍ୟଭାଗ ସୁଦ୍ଧା ଏହି ମାନବବିହୀନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply