ନଭେମ୍ୱର ୧୭,୧୯୯୯ଫ୍ରାନ୍ସ ର ପ୍ୟାରିସ ରେ ୟୁନେସ୍କୋ ସାଧାରଣ ପରିଷଦ ଫେବୃଆରୀ ୨୧କୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଭାବରେ ସ୍ୱୀକୃତି ପ୍ରଦାନ କରିଛି ।ନିଜ ମାତୃଭାଷା ଉପରେ ଗ୍ରୁରୁତ୍ବ ଦେବାକୁ ଦିବସ ର ବିଶେଷ ଆହ୍ୱାନ ।ବିଶ୍ବ ରେ ଶ୍ରେଷ୍ଠ ସାହିତ୍ୟ କୃତି କୁ ପର୍ଯ୍ୟାୟ ଭୁକ୍ତ କଲେ ଜାଣିହେବ ନିଜ ମାତୃଭାଷା ରେ ପାରଙ୍ଗମ ଲୋକ ହିଁ ଜଣେ ଜଣେ ସଫଳ ଲେଖକ । ଭାଷା କଥିତ କିମ୍ୱା ଲିଖିତ ହୋଇପାରେ ।ଭାଷା ଭାବ ବିନିମୟ ର ମାଧ୍ୟମ ।ମାତୃଭାଷା ଏକମାତ୍ର ଭାଷା ଯେଉଁଥିରେ ମଣିଷ ସବୁଠୁ ସହଜ ରେ ନିଜ ଭାବ ବିନିମୟ କରେ ।ମନ ର ଅବସ୍ଥା ସୁଖ ଦୁଃଖ ,ହସ, କାନ୍ଦ ର କଥା ବଖାଣେ ।ପୃଥିବୀ ରେ ଅଧିକାଂଶ ଦେଶ ରେ ପ୍ରାଥମିକ ଶିକ୍ଷା ମାତୃଭାଷା ରେ ହୋଇଥାଏ, ଏହାଦ୍ୱାରା ଶୈଶବ ରେ ଶିଶୁ ର କୋମଳ ମନ ରେ ନିଜ ଭୂଖଣ୍ଡ , ନିଜ ରାଜ୍ୟ ପ୍ରତି ଭଲପାଇବା ଜାଗ୍ରତ ହୁଏ ।ଭାଷା ମାଧ୍ୟମ ରେ ଜୀବନ୍ତ ହୁଏ ସାହିତ୍ୟ ।ବ୍ୟକ୍ତି ର ନିଜସ୍ୱ ପରିଚୟ,ତାର ମାତୃଭାଷା ।କବିବର ରାଧାନାଥ ରାୟ କହିଥିଲେ ଶତ ସହସ୍ର ,ଲକ୍ଷ ସଂଖ୍ୟା ରୁ ଏକ ଲିଭେଇଲେ ନମ୍ୱର ସଂଖ୍ୟାହୀନ ହେବ ପରି ,ଜାତି ଠୁ ତା ଭାଷା ଅଲଗା କଲେ ସ୍ୱାଭିମାନ ହରେଇବସେ । ଭକ୍ତ କବି ମଧୁସୂଦନ ରାଓ ଯଥାର୍ଥ ରେ କହିଥିଲେ ମାତୃଭୂମି ,ମାତୃଭାଷା ଏ ଦୁହେଁ ଜନନୀ,ସେବ ତାଙ୍କୁ ଭରେ ଦିବସ ରଜନୀ ଶବ୍ଦ ର ପ୍ରୟୋଗ , ଉଚ୍ଚାରଣ ରେ ମାଧୂର୍ଯ୍ୟତା , ଲିପି ର ମାର୍ମିକତା ରେ ମନ୍ତ୍ରମୁଗ୍ଧ ଓଡ଼ିଆ ଭାଷା ।ଏହି ଭାଷା ପାଇଁ ଆମ ଦେଉଳ ବଡ଼ ଦେଉଳ, ଆମ ଦାଣ୍ଡ ବଡ ଦାଣ୍ଡ, ଆମ ଦେଉଳ ଶ୍ରୀମନ୍ଦିର, ଆମ ଦିଅଁ ଶ୍ରୀ ଜଗନ୍ନାଥ । ଯେଉଁଥି ପାଇଁ ଓଡ଼ିଶା ବିଶ୍ୱ ବନ୍ଦିତ । ଆମ ଭାଷା କୁ ଶ୍ରୀ ମଣ୍ଡିତ କରିଛି ଆମ ପୁରାଣ ,ପୋଥି, ମାଦଳାପାଞ୍ଜି,ତାଳପତ୍ର ପୋଥି, ଛନ୍ଦ, ଚଉତିଶା, ଜଣାଣ, ଭଜନ, ଢଗ ଢମାଳି, ପଥର ଖୋଦେଇ ଅନୁଶାସନ, ଓଷା, ବାରବ୍ରତ ବହି ।ଏସବୁ ପାଇଁ ଆମ ମାତୃଭାଷା ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା ।ଭାରତ ରେ ସଂସ୍କୃତ, ତାମିଲ,ତେଲଗୁ, କନ୍ନଡ, ମାଲାୟଲମ୍,ଷଷ୍ଠ ଭାଷା ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ଭାବରେ ୨୦୧୪ ରେ ପ୍ରାପ୍ତ ହେଲା । ଭାଷା ବଞ୍ଚିଲେ ଦେଶ ବଞ୍ଚିବ ।ଭାଷା ର ଭବିଷ୍ୟତ ସୁରକ୍ଷିତ ରହିଲେ ଭାଷା ବଞ୍ଚିରହିବ ।