-ମାତୃଦତ୍ତ ମହାନ୍ତି-
ଆରବ ରାଜ୍ୟ ଆବୁଧାବିରେ ଭଗବାନ ସ୍ୱାମୀ ନାରାୟଣଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ବେଶ ଆଡମ୍ବରରେ ଶେଷ ହାଇଛି । କେବଳ ଭାରତୀୟ ନୁହନ୍ତି ବିଶ୍ୱରେ ମଧ୍ୟ କେହି କଳ୍ପନା କରି ନଥିବା ଏହା ଏକ ଘଟଣା । ଖୁବ୍ କମ୍ ବ୍ୟବଧାନରେ ଅର୍ଥାତ୍ ୨୧ ଦିନ ମଧ୍ୟରେ ସନାତନ ଧର୍ମର ଦୁଇ ପ୍ରମୁଖ ମନ୍ଦିର ପ୍ରତିଷ୍ଠା ହେବା ଏକ ସଂଯୋଗ ହୋଇପାରେ କିନ୍ତୁ ଏହି ଘଟଣା ଏ ଶତାବ୍ଦୀର ଅନ୍ୟତମ ଚମତ୍କାର ତାହା ଅସ୍ୱୀକାର କରି ହେବନି । ୨୦୨୩ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ୨୦୨୩ ଫେବୃଆରି ୧୪ରେ ଆବୁଧାବିରେ ସ୍ୱାମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଏହି ଚମତ୍କାରର ଅଂଶବିଶେଷ । ଉଭୟ ପବିତ୍ର ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ପାଦିତ । ସ୍ୱାମୀ ନାରାୟଣ ସଂସ୍ଥା ଦ୍ୱାରା ନିର୍ମିତ ଏହି ମନ୍ଦିରର ପରିକଳ୍ପନା ବହୁ ପୂର୍ବରୁ କରାଯାଇଥିଲା । ୧୯୯୭ ମସିହାରେ ସଂସ୍ଥାର ପ୍ରମୁଖ ସ୍ୱାମୀ ମହାରାଜ ଆବୁଧାବିରେ ଏକ ମନ୍ଦିରର ପରିକଳ୍ପନା କରିଥିଲେ । ସେତେବେଳେ ଅନେକଙ୍କୁ ଏହା ଅବାସ୍ତବ ମନେ ହୋଇଥିଲା । ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ଶାସକ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ନିକଟରେ ଏହି ପ୍ରସ୍ତାବ ରଖିବା ସହ ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ୨୦୧୫ରେ ମନ୍ଦିର ପାଇଁ ଜମି ଉପଲବ୍ଧ ହୋଇଥିଲା । ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୋଜକ୍ଟେ ପ୍ରସ୍ୁତ କଲେ । ୨୦୧୯ରେ ବୈଦିକ ଅନୁଷ୍ଠାନ ସହ ମନ୍ଦିର ଶିଳାନ୍ୟାସ କରାଗଲା । ଏହି ମନ୍ଦିର ପାଇଁ କେବଳ ସ୍ଥାନୀୟ ସରକାର ଜମି ଦେଇ ନାହାନ୍ତି ବରଂ ସ୍ଥାନୀୟ ମୁସଲିମ୍ ବ୍ୟବସାୟୀମାନେ ମଧ୍ୟ ସ୍ୱଇଛାରେ ଜମି ଦାନ କରିଛନ୍ତି । ଏଠାରେ ମନ୍ଦିର ନିର୍ମାଣ ନେଇ ହିନ୍ଦୁମାନେ ଯେତିକି ଉତ୍ସାହୀ ମୁସଲମାନ ଧର୍ମାବଲମ୍ବୀ ମଧ୍ୟ ସେତିକି ଉତ୍ସାହୀ । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉଭୟ ହିନ୍ଦୁ. ମୁସଲମାନ ସାମିଲ ହୋଇଥିଲେ । ଏହି ଭବ୍ୟ ମନ୍ଦିର ସମ୍ପୂର୍ଣ୍ଣ ସନାତନୀ ଶୈଳୀରେ ନିର୍ମାଣ ହୋଇଛି । ଏହାର ନିର୍ମାଣରେ କୌଣସି ପ୍ରକାର ବୁଝାମଣା କରି ନାହାନ୍ତି ମନ୍ଦିର କର୍ତୃପକ୍ଷ । ମୋଟ ୨୭ ଏକର ଜମି ଉପରେ ମନ୍ଦିର ବିସ୍ତାରିତ । ମନ୍ଦିର ନିର୍ମାଣରେ ପ୍ରାୟ ୭ଶହ କୋଟି ଟଙ୍କା ଖର୍ଚ ହୋଇଛି । ଏହାର ଉଚ୍ଚତା ୧୦୮ ଫୁଟ, ଲମ୍ବା ୨୬୨ ଫୁଟ ଓ ଚଉଡା ୧୮୦ଫୁଟ । ମନ୍ଦିରରେ ରହିଛି ୪୦୨ ଗୋଟି ସ୍ତମ୍ଭ । ମନ୍ଦିର ନିର୍ମାଣରେ ୬୮୯୫୩୬ ଘଂଟା ସମୟ ଲାଗିଥିବା କୁହାଯାଉଛି । ମନ୍ଦିରରେ ରହିଛି ୨ ଗୋଟି କେନ୍ଦ୍ରୀୟ ଗମ୍ବୁଜ । ମନ୍ଦିରର ୭ ଗାଟି ଶିଖର ୭ଟି ଏମିରେଟ ବା ଶାସନାଚଂଳର ପ୍ରତୀକ ଭାବେ ସ୍ଥାନ ପାଇଛି । ୪୧୦ ଗୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ସମଗ୍ର ନିର୍ମାଣ । ୪୦ ହଜାର ଘନ ମିଟର ଶଙ୍ଖ ମଲମଲ ପଥର, ୧.୮ ଲକ୍ଷ ଘନ ମିଟର ବଲୁଆ ପଥର ଓ ୧୮ ଲକ୍ଷରୁ ଅଧିକ ଇଟା ମନ୍ଦିର ନିର୍ମାଣରେ ବ୍ୟବହାର ହୋଇଛି । ଏହା ମରୁଅଂଚଳ ହୋଇଥିବାରୁ ମନ୍ଦିର ଚଟାଣରେ ଉତାପ ପ୍ରତିରୋଧ ଟାଇଲ ବ୍ୟବହାର ହୋଇଛି । ସେହିପରି ମୂଳଦୁଆ ପୂରଣ ପାଇଁ ସ୍ୱତନ୍ତ୍ର ଧରଣର ପାଉଁସ ବ୍ୟବହାର କରାଯାଇଛି । ଭାରତର ବିଭିନ୍ନ ସ୍ଥାନରୁ ସଂଗୃହିତ ପଥରରେ ନିର୍ମାଣ ହୋଇଛି ମନ୍ଦିର । ମନ୍ଦିର ଶିଖରରେ ଅମୃତ କଳସ ଓ ପତାକା ରହିଥିବା ବେଳେ ୩ଶହ ଅତ୍ୟାଧୁନିକ ସେନସର ଲାଗାଯଇଛି । ମନ୍ଦିର ପ୍ରାଚୀରରେ ଆରବ ଦେଶର ପ୍ରତୀକ ଚିହ୍ନ୍ ମଧ୍ୟ ସ୍ଥାନିତ ହୋଇଛି । ସବୁଠାରୁ ବଡ କଥା ହେଲା ମନ୍ଦିର ଚର୍ତୁପାଶ୍ୱର୍ରେ ଦୁଇଟି କୃତ୍ରିମ ନଦୀ ବା ଜଳକୁଣ୍ଡ ନିର୍ମାଣ କରାଯାଇଛି । ଗୋଟିଏରେ ପବିତ୍ର ଗଙ୍ଗା ଓ ଅନ୍ୟଟିରେ ଯମୁନା ନଦୀର ଜଳ ରହିଛି । ଉଭୟ ନଦୀ କୂଳରେ ବାରାଣାସୀ ଶୈଳୀର ଘାଟ ମଧ୍ୟ ନିର୍ମାଣ କରିଛନ୍ତି ମନ୍ଦିର କର୍ତୃପକ୍ଷ । ମନ୍ଦିରର ଗର୍ଭଗୃହରେ ଭଗବାନ ଅକ୍ଷର ପୁରୁଷୋତମ ପୂଜା ପାଉଛନ୍ତି । କିନ୍ତୁ ମନ୍ଦିରରେ ଅନ୍ୟ ସମସ୍ତ ହିନ୍ଦୁ ଦେବାଦେବୀଙ୍କୁ ପ୍ରତିଷ୍ଠା କରାଯାଇଛି । ମନ୍ଦିରରେ ଭଗବାନ ରାମ, ମାତା ସୀତା, ଲକ୍ଷ୍ମଣ, ମହାବୀର ହନୁମାନ, ଭଗବାନ ଶିବ, ମାତା ପାର୍ବତୀ, ଗଣପତି, କାର୍ତିକେୟ, ରାଧାକୃଷ୍ଣ, ଶ୍ରୀ ଜଗନ୍ନାଥ, ତିରୁପତି ବାଲାଜୀ, ଭଗବାନ ଅୟପ୍ପା, ସ୍ୱାମୀ ଗୁଣତିତା ନନ୍ଦଙ୍କ ଭବ୍ୟ ପ୍ରତିମା ସ୍ଥାପିତ । ମନ୍ଦିର ନିର୍ମାଣ ସମୟରେ ଏମିତି କିଛି ଅଲୌକିକ ଘଟଣା ଘଟିଛି ଯାହାକି କୋଟିକୋଟି ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ଚମତ୍କାରରୁ କମ୍ ନୁହେଁ । ସ୍ଥାନୀୟ ମରୁଭୂମିର କୌଣସି ନିର୍ମାଣ କରିବା ପୂର୍ବରୁ ସେହି ସ୍ଥାନରୁ ବାଲି ସମ୍ପୂର୍ଣ୍ଣ ଖାଲି କରାଯାଇ ଅନ୍ୟ ଅଂଳଚରୁ ଉଚ୍ଚମାନର ବାଲି ଆଣି ପୂରଣ କରାଯାଇଥାଏ । କାରଣ ମରୁଭୂମିରେ ଶହଶହ ଫୁଟ ତଳ ଯାଏ କେବଳ ବାଲି ରହିଛି । କିନ୍ତୁ ଏହି ମନ୍ଦିର ନିର୍ମାଣ ସ୍ଥଳରେ ବାଲି ତଳେ ବଡ ପଥର ଚଟାଣ ମିଳିଥିଲା । ଯାହାକି ସ୍ଥାନୀୟ ଇଂଜିନିୟରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା । ଏଠାକାର ମରୁବାଲିରେ ପ୍ରଚୁର ମାତ୍ରାରେ ସଲଫର କ୍ଲୋରିନ ଥିବାରୁ ଏହା ନିର୍ମାଣ କାର୍ଯ୍ୟ ପାଇଁ ଅନୁପଯୁକ୍ତ । ତେଣୁ ଅନ୍ୟ ସ୍ଥାନରୁ ନିର୍ମାଣ ଉପଯୋଗୀ ବାଲି ଆଣି ନିର୍ମାଣ କାମ କରାଯାଏ । କିନ୍ତୁ ମନ୍ଦିର ନିର୍ମାଣ ସ୍ଥଳରେ ବାଲି ସଲଫର କ୍ଲୋରିନ ମୁକ୍ତ ବାଲି ବୋଲି ବୈଜ୍ଞାନକମାନେ ଜାଣିବାକୁ ପାଇଥିଲେ । ତେଣୁ ମନ୍ଦିର ନିର୍ମାଣରେ ସେହି ଅଂଚଳର ବାଲି ବ୍ୟବହାର ହୋଇ ପାରିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ବ ସଂଧ୍ୟାରେ ଏଠାରେ ଅତି ପ୍ରବଳ ବର୍ଷା ହେବା ଅନ୍ୟତମ ଚମତ୍କାରିତା । ମରୁଭୂମିରେ ଡଙ୍ଗା ଚାଲିବା ପରି ବର୍ଷା ହେବା ସ୍ଥାନୀୟ ଲୋକଙ୍କ ପାଇଁ ଥିଲା ଏକ ବିରଳ ଉପଲବ୍ଧି । ଅନ୍ୟପକ୍ଷରେ ଅଯୋଧ୍ୟର ରାମ ମନ୍ଦିର ଏବଂ ଆବୁଧାବିର ସ୍ୱାମୀ ନାରାୟଣ ମନ୍ଦିର ମଧ୍ୟରେ ରହିଛି ଅନେକ ସାମଞ୍ଜସ୍ୟ । ଦୁଇ ମନ୍ଦିର ପ୍ରାଚୀନ ଭାରତୀୟ ନାଗରା ଶୈଳିରେ ନିର୍ମାଣ ହୋଇଛି । ଉଭୟରେ ଗୋଲାପି ବାଲି ପଥର ବ୍ୟବହାର ହୋଇଛି । ଉଭୟ ମନ୍ଦିର ନିର୍ମାଣରେ ସାମାନ୍ୟ ଟିକେ ଲୁହା ମଧ୍ୟ ବ୍ୟବହାର ହୋଇ ନାହିଁ । ଯାହାକି ନିର୍ମାଣକୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାରେ ସହାୟକ ହେବ । ଏହା ମଧ୍ୟପ୍ରାଚ୍ୟର ପ୍ରଥମ ପାରମ୍ପରିକ ହିନ୍ଦୁ ପ୍ରସ୍ତର ମନ୍ଦିର । ନୂଆଦିଲ୍ଲୀରୁ ପ୍ରାୟ ୨୨୦୦ କିମି ଦୂରରେ ଏକ ମୁସଲମାନ ଦେଶରେ ସ୍ୱାମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ହେବା କେବଳ ସନାତନ ଧର୍ମର ଏକ ଆଧ୍ୟାତ୍ମିକ ପର୍ବ ନୁହେଁ ବରଂ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଏକ ନୂତନ ଦିଗ ଦେବାରେ ସଫଳ ହେବ । ଏହା ଉଭୟ ଦେଶର ସାସ୍କୃତିକ, ଆଧ୍ୟାତ୍ମିକ, ସାମାଜିକ ଓ ବାଣିଜ୍ୟିକ ପରମ୍ପରାର ସଂଯୋଗ ସେତୁ କହିଲେ ଅତ୍ୟୁକ୍ତି ହେବନି । ସନାତନ ଧର୍ମ ପ୍ରତି ମୁସଲମାନ ଦେଶର ସମର୍ଥନ ଏବଂ ସହଯୋଗର ପ୍ରତୀକ ସ୍ୱାମୀ ନାରାୟଣ ମନ୍ଦିର । ମନ୍ଦିର ପ୍ରତିଷ୍ଠା ପରେ ବିଶ୍ୱବ୍ୟାପୀ ଏହାର ଚର୍ଚ୍ଚା ହେଉଥିବା ବେଳେ ଭାରତୀୟ ନିନ୍ଦୁକ ଗୋଷ୍ଠୀ ଏ ସମ୍ପର୍କରେ ପଦୁଟିଏ ବି କହିବାର କେହି ଶୁଣି ନାହାନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ପର୍ଯ୍ୟନ୍ତ ଏବଂ ତା ପରେ ମଧ୍ୟ ଭାରତରେ ଅନ୍ତହୀନ ସମାଲୋଚନା ଓ ବିରୋଧ ଦେଖିବା ପାଇଁ ମିଳିଛି । ଦେଶର ଛଦ୍ମବେଶୀ ସିକୁଲାର ଗୋଷ୍ଠୀ ପ୍ରତିଦିନ ନୂଆ ନୂଆ ଅଭିଯୋଗ ନେଇ ଗଣମାଧ୍ୟମକୁ ଚାଲି ଆସୁଛନ୍ତି । ଭଗବାନ ରାମଙ୍କ ପ୍ରତି ଅଶ୍ଳୀଳ ଶବ୍ଦ ମଧ୍ୟ ବ୍ୟବହାର କରିବାକୁ ପଛାଉ ନାହାନ୍ତି ସେମାନେ । ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବା ପରିବର୍ତେ ସେହି ସ୍ଥାନରେ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପଛାଉ ନାହାନ୍ତି ସେମାନେ । ମୋଦୀଙ୍କୁ ବିରୋଧ କରୁକରୁ ହିନ୍ଦୁ ସମୁଦାୟକୁ ଏବଂ ଏବେ ହିନ୍ଦୁ ଦେବାଦେବୀଙ୍କୁ ପ୍ରବଳ ବିରୋଧ କରାଯାଉଛି । ହିନ୍ଦୁ ଧର୍ମକୁ କୋଷ୍ଠ, ଏଚଆଇଭି ଓ କୋଭିଡ ସହ ତୁଳନା କରାଯାଉଛି । ତଥାପି ସହନଶୀଳ ହିନ୍ଦୁ ଏ ସବୁକୁ ସହ୍ୟ କରି ନିଜ ଉଦାରତାର ପରିଚୟ ଦେଇଛନ୍ତି । ଭାରତ ସରକାରଙ୍କୁ ସାମ୍ପ୍ରଦାୟିକ, ଧର୍ମାନ୍ଧ, ମୁସଲମାନ ବିରୋଧୀ କହି କଠୋର ସମାଲୋଚନା କରାଯାଉଛି । କିନ୍ତୁ ଆବୁଧାବିର ସରକାରଙ୍କ ପାଇଁ ଏମାନଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ । ସ୍ୱାମୀ ନାରାୟଣ ମନ୍ଦିର ନିର୍ମାଣ ପରେ ଆବୁଧାବି ସରକାରକୁ ଗାଳି ଗୁଲଜ କରିବା, ନିନ୍ଦା କରିବା, ସେଠାକାର ଶାସକଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଘଟଣା ଘଟୁ ନାହିଁ । ଅବଶ୍ୟ ସେମାନଙ୍କ ଦୃଷ୍ଟିରେ ଆବୁଧାବି ସରକାର ମଧ୍ୟ ସାମ୍ପ୍ରଦାୟିକ ଏବଂ ମୁସଲମାନ ବିରୋଧୀ । କାରଣ ଆବୁଧାବିର ମାଟିରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ ହୋଇ ପାରିଛି । ଏଥିପାଇଁ ସ୍ଥାନୀୟ ଶାସକ ବା ସରକାରଙ୍କ ଭୂମିକା ରହିଛି । ସେହି ସ୍ଥାନରେ ଆବୁଧାବି ସରକାର ମନ୍ଦିର ନିର୍ମାଣ ନକରି ହସପିଟାଲ ନିର୍ମାଣ କିରିବାର ଥିଲା ବୋଲି ଭାରତୀୟ ସିକୁଲାର ଗୋଷ୍ଠୀ କହିବା କଥା । କିନ୍ତୁ ସେମାନଙ୍କ ନିରବତା ଚମକାଇ ଦେବା ପରି । ସେମାନେ ଯେତେ ଉଦ୍ୟମ କଲେ ମଧ୍ୟ ସନାତନର ପଥରୋଧ କରି ପାରିବେ ନାହିଁ ବୋଲି ପ୍ରମାଣ ହୋଇଯାଇଛି । ବରଂ ଦିନକୁ ଦନି ସନାତନ ତାର କାୟା ବିସ୍ତାର କରି ଦେଶ ପରେ ଦେଶ ଅତିକ୍ରମ କରିବା ସନାତନୀଙ୍କ ପାଇଁ ଏକ ଅନନ୍ୟ ଉପଲବ୍ଧି ।