ଏବିଭିପି ତରଫରୁ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା

ଶୁଳିଆପଦା: ସାରା ଓଡ଼ିଶାରେ +୨ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଶୁଳିଆପଦା ବ୍ଲକ ନିକଟସ୍ଥ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧର୍ମପୁରା ଶୁଳିଆପଦାରେ ମଧ୍ୟ ଅନୁଷ୍ଠିତ ହୋଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସମସ୍ତ ପରୀକ୍ଷାର୍ଥୀ ଭାଇ ଭଉଣୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ଶୁଭେଚ୍ଛା ଜଣାଇବା ସହ ପରୀକ୍ଷାରେ ଉତ୍ତମ ସଫଳତା ପାଇଁ ଶୁଭେଚ୍ଛା ଏବଂ ଶୁଭକାମନା କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିତା ଦେଓ,ସଦସ୍ୟ ପ୍ରିୟବ୍ରତ ମିଶ୍ର, ରୁଚିମନ୍ତ ସି, ସମୀର ମହାନ୍ତ, ଚିନ୍ମୟ ନାଏକ , ମମତା ସି, ସୁଭଦ୍ରା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *