କ୍ରୀଡ଼ା ଭାରତୀ ପକ୍ଷରୁ ସାମୁହିକ ସୂର୍ଯ୍ୟ ନମସ୍କାର

କଟକ : କଟକ ଜିଲ୍ଲା କ୍ରୀଡ଼ା ଭାରତୀ ପକ୍ଷରୁ ସ୍ଥାନୀୟ କାଜିବଜାର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମାଘ ସପ୍ତମୀ (ରଥ ସପ୍ତମୀ) ସପ୍ତାହ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସାମୁହିକ ସୂର୍ଯ୍ୟନମସ୍କାର ଓ ଯୋଗସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସୂର୍ଯ୍ୟନମସ୍କାର ଓ ଯୋଗସନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଭାରତୀ ଓଡ଼ିଶା ପୂର୍ବପ୍ରାନ୍ତ ଅଧ୍ୟକ୍ଷ ଡ. ଅଶୋକ କୁମାର ନାୟକ, କଟକ ଶାଖା କ୍ରୀଡ଼ା ଭାରତୀ ଅଧ୍ୟକ୍ଷ ବନମାଳୀ ବିଶୋଇ, ସହ ସମ୍ପାଦିକା ଅଞ୍ଜଳି ଦାସ, ସୌଦାମିନୀ ଗୋଚ୍ଛାୟତ, ଅଜୟ ସାହୁ, ସଏଦ ରେହେମନ୍‌, ମୋଜେସ ବେହେରା, ସୌଭାଗ୍ୟ ପଟ୍ଟନାୟକ, ଲିଙ୍ଗରାଜ ପୃଷ୍ଟି ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ବିଦ୍ୟାଳୟର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *