Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମାଧିସ୍ଥ ହେଲେ ଜୈନ ଗୁରୁ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମାଧିସ୍ଥ ହେଲେ ଜୈନ ଗୁରୁ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ

ଡୋଙ୍ଗରଗଡ଼ : ଜୈନ ସମୂଦାୟ ଓ ସ୍ୟ ସମାଜ ନିମନ୍ତେ ୧୮ ଫେବୃଆରୀ ଏକ କଠିନ ଦିନ । ଲୋକେ ସକାଳେ ନିଦରୁ ଉଠିବା ପୂର୍ବରୁ ଚଳିତ ଶତାବ୍ଦୀର ମହାନ ସନ୍ଥ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ସବୁଦିନ ନିମନ୍ତେ ଶୋଇ ସାରିଥିଲେ । ଗତ କିଛି ମାସ ହେଲା ଛତିଶଗଡ଼ର ଡୋଙ୍ଗରଗଡରେ ବିରାଜମାନ କରୁଥିବା ୭୭ ବର୍ଷ ବୟଷ୍କ ଆଚାର୍ଯ୍ୟ ବିଦ୍ୟାସାଗର ଦୀର୍ଘ ସମୟରୁ ଅସୁସ୍ଥ ଥିଲେ । ୩ ଦିନ ପୂର୍ବରୁ ଆଚାର୍ଯ୍ୟ ଶ୍ରୀ ତାଙ୍କ ପଦ ଶିଷ୍ୟ ର୍ନିୟାପକ ମୁନି ଶ୍ରୀ ସମୟସାଗରଙ୍କୁ ସମର୍ପି ଦେଇଥିଲେ ଓ ସମାଧି ମରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ଆଚାର୍ଯ୍ୟ ଶ୍ରୀଙ୍କ ସମାଧି ଯୋଗୁ ସମ୍ପୂର୍ଣ୍ଣ ଜୈନ ସମାଜ ଶୋକରେ ମ୍ରିୟମାଣୟ ଜୈନ ସମାଜରେ ବର୍ତ୍ତମାନର ବର୍ଦ୍ଧମାନ କୁହାଯାଉଥିବା ସନ୍ଥ ଶିରୋମଣି ବିଦ୍ୟାସାଗର ୩ ଦିନ ପୂର୍ବରୁ ବିଧିବିଧାନରେ ସମାଧି ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ଏଥିରେ ସେ ଅନ୍ନଜଳ ତ୍ୟାଗ କରିଥିଲେ । ଏହା ପରେ ୧୭-୧୮ ଫେବୃଆରୀ ରାତି ୨ଟା ୩୫ ମିନିଟରେ ଆଚାର୍ଯ୍ୟଶ୍ରୀ ଦେହ ତ୍ୟାଗ କରିଥିଲେ । ତେବେ ଆଚାର୍ଯ୍ୟଶ୍ରୀ ଅନେକ ବର୍ଷ ହେଲା ଲୁଣ, ଚିନି, ଘିଅ, ଗୁଡ଼ ଓ ତୈଳ ଆଦି ତ୍ୟାଗ କରିଥିଲେ । ୧୦ ଅକ୍ଟୋବର ୧୯୪୬ ଶରଦ ପୂର୍ଣ୍ଣିମା ଦିନ କର୍ଣ୍ଣାଟକର ବେଲଗାମ ଜିଲ୍ଲା ସଦଲଗା ଗାଁର ଏକ ଜୈନ ପରିବାରରେ ଜନ୍ମିତ ବାଳକ ବିଦ୍ୟାସାଗର ତାଙ୍କ ବାଲ୍ୟକାଳରୁ ହିଁ ଧର୍ମ ପ୍ରତି ଗଭୀର ଋଚି ରଖୁଥିଲେ । ଯେଉଁ ଘରେ ତାଙ୍କର ଜନ୍ମ ହୋଇଥିଲା ସେଠାରେ ଏବେ ଏକ ମନ୍ଦିର ଓ ସଂଗ୍ରହାଳୟରେ ପରିବର୍ତ୍ତିତ ହୋଇଛି । ପରିବାରର ୪ ପୁଅଙ୍କ ମଧ୍ୟରେ ଦ୍ୱିତୀୟ ବିଦ୍ୟାସାଗର ଅଳ୍ପ ବୟସରେ ଗୃହତ୍ୟାଗ କରିଥିଲେ । ୧୯୬୮ ମସିହାରେ ୨୨ ବର୍ଷ ବୟସରେ ସେ ଆଜମେରଠାରେ ଆଚାର୍ଯ୍ୟ ଶାନ୍ତିସାଗରଙ୍କଠାରୁ ଜୈନ ମୁନି ରୂପେ ଦୀକ୍ଷା ଗ୍ରହଣ କରିଥିଲେ । ଏହା ପରେ ୧୯୭୨ ମସିହାରେ ଅର୍ଥାତ ୨୬ ବର୍ଷ ବୟସରେ ତାଙ୍କୁ ଆଚାର୍ଯ୍ୟପଦ ଅର୍ପଣ କରାଯାଇଥିଲା । ଜୈନମୁନି ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗରଙ୍କ ଦର୍ଶନ ଓ ଆର୍ଶିବାଦ ନେବାକୁ ଅନେକ ପ୍ରଧାନମନ୍ତ୍ରୀ ମଧ୍ୟ ପହଞ୍ଚିଥିଲେ । ଏଥିରେ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏବେକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଚାର୍ଯ୍ୟଶ୍ରୀଙ୍କୁ ଦର୍ଶନ କରି ଆର୍ଶିବାଦ ପ୍ରାପ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଅନେକବାର ଆଚାର୍ଯ୍ୟଶ୍ରୀଙ୍କ ଦର୍ଶନ କରିଛନ୍ତି ।

Leave a Reply