ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ : ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର । ଭାରତର ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ସୃଷ୍ଟି କରିଛି ରେକର୍ଡ । ଗତ ଜାନୁଆରୀ ମାସରେ ୧୪:୩୨ ନିୟୁତ ମେଟ୍ରିକ ଟନ୍ ର ପଣ୍ୟ କାରବାର କରି ଭାରତର ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ଦେଇଛି । ଗତ ଡିସେମ୍ବର ମାସରେ ଚଳିତ ଆର୍ôଥକ ବର୍ଷର ତିନିମାସ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ ପରିବହନ କରିବାରେ ସଫଳ ହୋଇଥିଲା ପାରାଦ୍ୱୀପ ବନ୍ଦର । ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ୧୪୫ ମିଲିୟନ ମେଟ୍ରିକ ଟନ୍ ରୁ ଉର୍ଦ୍ଧ୍ୱ ପଣ୍ୟ ପରିବହନ କରିବାର ଲକ୍ଷ୍ୟ ରଖିଛି ବନ୍ଦର । ଏହାକୁ ନେଇ ବନ୍ଦର ପ୍ରଶାସନିକ ଭବନରେ କେକ୍ କାଟି ସମସ୍ତ ଅଧିକାରୀମାନଙ୍କ ସହିତ ସେଲିବ୍ରେସନ ପାଳନ କରିଛନ୍ତି ବନ୍ଦର ଅଧ୍ୟକ୍ଷ ପି ଏଲ୍ ହରାନାଦ କ୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ପାରାଦ୍ୱୀପ ବନ୍ଦର କାରଗୋ ପରିବହନ କ୍ଷେତ୍ରରେ ୧୦୦ ମିଲିୟନ ମେଟ୍ରିକ ଟନ୍ ଅତିକ୍ରମ କରିଥିବା ବେଳେ , ଗୋଟିଏ ମାସରେ ୧୪:୩୨ ମିଲିୟନ ମେଟ୍ରିକ ଟନ୍ ପଣ୍ୟ ପରିବହନ କରି ରେକର୍ଡ କରିଛି । ଏହାର ଶ୍ରେୟ ପାରାଦ୍ୱୀପ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ ଓ ବନ୍ଦରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ଷ୍ଟିଭେଡୋର ସଂସ୍ଥା , ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ।

Leave a Reply

Your email address will not be published. Required fields are marked *