Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୭ ହଜାର ଫୁଟ ଉଚ୍ଚତାରୁ କୈଳାଶ ପର୍ବତ ଓ ମାନସରୋବାର ପୁଷ୍କରିଣୀ ଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୭ ହଜାର ଫୁଟ ଉଚ୍ଚତାରୁ କୈଳାଶ ପର୍ବତ ଓ ମାନସରୋବାର ପୁଷ୍କରିଣୀ ଦର୍ଶନ

କାଠମାଣ୍ଡୁ : ନେପାଳରୁ ଏକ ବିମାନ ଉଡାଣ କରି କୈଳାଶ ମାନସରୋବର ପର୍ଯ୍ୟନ୍ତ ଯାତ୍ରା କରିବା ସହ ଯାତ୍ରୀଙ୍କୁ ପବିତ୍ର ପର୍ବତର ଦର୍ଶନ କରାଇଛି । ରିପୋର୍ଟ ଅନୁସାରେ ନେପାଳଗଞ୍ଜରୁ ୩୮ ଭାରତୀୟ ଯାତ୍ରୀଙ୍କୁ ନେଇ ଏକ ଚାର୍ଟର୍ଡ ବିମାନ କୈଳାଶ ମାନସରୋବର ନିମନ୍ତେ ଉଡାଣ କରିଥିଲା ଓ ଏହା ନିଜଶ୍ୱ ଶୈଳୀର ପ୍ରଥମ ପାର୍ବତୀୟ ଉଡାଣ ଥିଲା । ‘କୈଳାଶ ମାନସରୋବାର ଦର୍ଶନ ଉଡାଣ’ ନାମରେ ଏହି ତୀର୍ଥ ଯାତ୍ରା କୈଳାଶ ପର୍ବତ ଓ ମାନସରୋବର ହ୍ରଦର ନୈସର୍ଗିକ ଦୃଶ୍ୟ ଦର୍ଶନ କରାଇଛି । ଫ୍ଲାଇଟ୍‌ରେ ଥିବା ଯାତ୍ରୀମାନେ ୨୭ ହଜାର ଫୁଟ ଉଚ୍ଚତାରୁ କୈଳାଶ ପର୍ବତ ଓ ମାନସରୋବାର ପୁଷ୍କରିଣୀ ଦର୍ଶନ କରିଛନ୍ତି । ଉଲ୍ଲେଖେଯୋଗ୍ୟ ଯେ ଏହି ସେବା ସିଦ୍ଧାର୍ଥ ବିଜନେସ୍ ଗ୍ରୁପ ଆରମ୍ଭ କରିଛନ୍ତି । କମ୍ପାନୀର ଜୋନାଲ ଡାଇରେକ୍ଟର କେଶବ ନ୍ୟୁପାନେ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୩୮ ଭାରତୀୟ ପର୍ଯ୍ୟଟକଙ୍କ ସହିତ ଶ୍ରୀ ଏୟାରଲାଇନ୍ସର ଚାର୍ଟାର୍ଡ ବିମାନ ଦେଢଘଣ୍ଟାରେ ଏହି ଯାତ୍ରା ପୂରଣ କରିଥିଲା । ଏହି ପ୍ରଥମ ଉଡାଣରେ ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ଭାରତୀୟ ରାଜ୍ୟଙ୍କ ପର୍ଯ୍ୟଟକ କୈଳାଶ ପର୍ବତ ଦର୍ଶନର ସୁଯୋଗ ନେଇଛନ୍ତି । ନ୍ୟୁପାନେ କହିଛନ୍ତି ଯେ ‘କୈଳାଶ ପର୍ବତ ଓ ମାନସରୋବର’ ନିମନ୍ତେ ଏହି ଉଡାଣ ଶସ୍ତା, ଦ୍ରୁତ, ବିଶ୍ୱସନୀୟ ଓ ସୁରକ୍ଷିତ ଅଟେ । ଏହି କାର୍ଯ୍ୟକ୍ରମର ଆଗାମୀ ଚାର୍ଟାର୍ଡ ଉଡାଣ ଫେବୃଆରୀ ପ୍ରଥମ ସପ୍ତାହରେ ହେବ । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଶ୍ରଦ୍ଧାଳୁଙ୍କ ନିମନ୍ତେ ଚୀନ କୈଳାଶ ମାନସରୋବାର ଯାତ୍ରାକୁ କୋଭିଡ଼ କାରଣରୁ ବ୍ୟାନ କରିଛି । ତେବେ ନେପାଳର ଏହି ଉଡାଣ ସେବା ଏବେ ନୂଆ ଆଶା ସଞ୍ଚାର କରିଛି । କୋଭିଡ ମହାମାରୀ ପୂର୍ବରୁ ପ୍ରତିବର୍ଷ ପାଖାପାଖି ୧୨ ହଜାର ଯାତ୍ରୀ ନେପାଳ ରାସ୍ତାରେ କୈଳାଶ ମାନସରୋବର ଯାତ୍ରା କରୁଥିଲେ । ନେପାଳ ରାସ୍ତାରେ କୈଳାଶ ମାନସରୋବର ଯିବା ପାଇଁ ଯାତ୍ରୀଙ୍କୁ ପ୍ରଥମେ ରାଜଧାନୀ କାଠମାଣ୍ଡୁ ଯିବାକୁ ପଡୁଥିଲା । ଏବେ ଯଦି ଲୋକେ ଏହି ଯାତ୍ରା ନିମନ୍ତେ ଫ୍ଲାଇଟ୍‌କୁ ବାଛନ୍ତି ତେବେ ତେବେ ସେମାନଙ୍କୁ ନେପାଳ ରାଜଧାନୀ ଯିବାକୁ ପଡିବନି । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ନେପାଳଗଞ୍ଜର ଦୂରତା ମାତ୍ର ୨୦୦କିଲୋମିଟର ଓ ସଡକ ମାଧ୍ୟମରେ ମଧ୍ୟ ନେପାଳଗଞ୍ଜ ଯାଇହେବ ।

May be an image of mountain

Leave a Reply