Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓବିସି ମୋର୍ଚ୍ଚା ନେତା ରଞ୍ଜୀତ ଶ୍ରୀନିଭାସନଙ୍କ ହତ୍ୟା ମାମଲାରେ ବଡ଼ ରାୟ -ପିଏଫଆଇ ସହ ସଂପୃକ୍ତ ୧୫ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓବିସି ମୋର୍ଚ୍ଚା ନେତା ରଞ୍ଜୀତ ଶ୍ରୀନିଭାସନଙ୍କ ହତ୍ୟା ମାମଲାରେ ବଡ଼ ରାୟ -ପିଏଫଆଇ ସହ ସଂପୃକ୍ତ ୧୫ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ

ନୂଆଦିଲ୍ଲୀ: କେରଳର ଏକ କୋର୍ଟ ଅଲପ୍ପୁଝା ୨୦୨୧ ଡିସେମ୍ୱରରେ ବିଜେପି ଓବିସି ମୋର୍ଚ୍ଚା ନେତା ରଞ୍ଜୀତ ଶ୍ରୀନିଭାସନଙ୍କ ହତ୍ୟା ମାମଲାରେ ବଡ଼ ରାୟ ଦେଇଛନ୍ତି । ପ୍ରତିବନ୍ଧିତ ଇସଲମୀ ସଂଗଠନ ପପୁଲର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ୧୫ ଲୋକଙ୍କୁ ମଙ୍ଗଳବାର ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ମାଭେଲିକ୍କାରାର ଅତିରିକ୍ତ ଜିଲ୍ଲାଜଜ୍ ଭି ଜି ଶ୍ରୀଦେବୀ ଏହି ଦଣ୍ଡ ଶୁଣାଇଛନ୍ତି । ଆବେଦନକାରୀ ପକ୍ଷ ଦୋଷୀଙ୍କ ପାଇଁ ଅଧିକ ଦଣ୍ଡ ପାଇଁ ଅନୁରୋଧ କରିଥିଲେ । ଏହାସହ କହିଥିଲେ ଯେ ପିଏଫଆଇର ଏହି ସଦସ୍ୟ ଏକ ପ୍ରଶିକ୍ଷିତ ହତ୍ୟାକାରୀ ଗୋଷ୍ଠୀ ସହ ଜଡ଼ିତ ଏବଂ ଯେଉଁ ବିଭତ୍ସ ଭାବେ ପୀଡ଼ିତକୁ ତାଙ୍କ ମାଆ, ପିଲା ଏବଂ ପତ୍ନୀଙ୍କ ସାମନାରେ ହତ୍ୟା କରାଯାଇଛି ଏହା ଅତି ଜଘନ୍ୟ ଶ୍ରେଣୀ ଅପରାଧରେ ଆସେ । ଉଲ୍ଲେଖଯୋଗ୍ୟ ଯେ ବିଜେପିର ଓବିସି ମୋର୍ଚ୍ଚାର ପ୍ରଦେଶ ସଚିବ ରଞ୍ଜୀତ ଶ୍ରୀନିଭାସନଙ୍କୁ ୨୦୨୧ ଡିସେମ୍ୱର ୧୯ରେ ହତ୍ୟା କରାଯାଇଥିଲା । ପିଏଫଆଇ ଏବଂ ସୋସିଆଲ୍ ଡେମୋକ୍ରେଟିକ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆଇ) ସହ ଜଡିତ ଲୋକ ରଞ୍ଜୀତଙ୍କ ଘରେ ପଶି ତାଙ୍କ ପରିବାର ସାମନାରେ ମାଡ଼ ମାରିବା ପରେ ହତ୍ୟା କରିଥିଲେ । ଶୁଣାଣିରେ କୋର୍ଟ ଜାଣିବାକୁ ପାଇଥିଲେ ଯେ ୧୫ ଅଭିଯୁକ୍ତଙ୍କ ମଧ୍ୟରୁ ୧ରୁ ୮ ଯାଏ ସିଧାସଳଖ ଏହି ମାମଲାରେ ସମ୍ପୃକ୍ତ ଥିଲେ । ଅଦାଲତ ଚାରି ଅଭିଯୁକ୍ତ (ସଂଖ୍ୟା ୯ରୁ ୧୨)କୁ ମଧ୍ୟ ହତ୍ୟାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । କାରଣ ଏମାନେ ଅପରାଧରେ ସିଧାସଳଖ ସାମିଲ ଲୋକଙ୍କ ସହ ଥିଲେ ଏବଂ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । କୋର୍ଟ ଜାଣିବାକୁ ପାଇଥିଲେ ଯେ ଏହି ଚାରି ଜଣ ଶ୍ରୀନିଭାସନଙ୍କ ଘର ବାହାରେ ଜଗି ରହିଥିଲେ, ଯେପରି ବାହାରୁ ଘରକୁ ଏବଂ ଘର ଭିତରୁ ବାହାରକୁ ଆସିପାରିବେ ନାହିଁ ।

Leave a Reply