Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁଦ୍ରାର ଅଭାବ ଏବଂ ନକଲି ନୋଟ କାରବାର ରୋକିବାକୁ ବଡ ନିଷ୍ପତ୍ତି ନେଇଛି ପାକିସ୍ତାନ ସେଣ୍ଟ୍ରାଲ୍ ବ୍ୟାଙ୍କ । - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁଦ୍ରାର ଅଭାବ ଏବଂ ନକଲି ନୋଟ କାରବାର ରୋକିବାକୁ ବଡ ନିଷ୍ପତ୍ତି ନେଇଛି ପାକିସ୍ତାନ ସେଣ୍ଟ୍ରାଲ୍ ବ୍ୟାଙ୍କ ।

ପେଶାୱାର : ଦେବାଳିଆ ପାକିସ୍ତାନର ପିଛା ଛାଡୁନି ସଂକଟ । ସ୍ଥିତି ଆଗକୁ ଆହୁରି ହୋଇପାରେ ସଂଗୀନ । ମୁଦ୍ରାର ଅଭାବ ଏବଂ ନକଲି ନୋଟ କାରବାର ରୋକିବାକୁ ବଡ ନିଷ୍ପତ୍ତି ନେଇଛି ପାକିସ୍ତାନ ସେଣ୍ଟ୍ରାଲ୍ ବ୍ୟାଙ୍କ । ଉନ୍ନତ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ ନୂତନ ନୋଟ୍ ପ୍ରବର୍ତ୍ତନ ପାଇଁ ପାକିସ୍ତାନର ସେଣ୍ଟ୍ରାଲ୍ ବ୍ୟାଙ୍କ ଘୋଷଣା କରିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଗଭର୍ଣ୍ଣର ଜମିଲ ଅହମ୍ମଦ କହିଛନ୍ତି ଯେ ଏହି ନୂତନ ନୋଟଗୁଡିକ ଅନ୍ତର୍ଜାତୀୟ ଉନ୍ନତ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ସହିତ ରଖାଯିବ । ପାକିସ୍ତାନୀ ମୁଦ୍ରାକୁ ଆଧୁନିକୀକରଣ କରିବା ପାଇଁ ଏଥିରେ ସ୍ୱତନ୍ତ୍ର ସୁରକ୍ଷା ନମ୍ବର ଏବଂ ଡିଜାଇନ୍ ବ୍ୟବହାର କରାଯିବ । ଜମିଲ ଅହମ୍ମଦଙ୍କ କହିବା କଥା ଯେ ଏହି ପରିବର୍ତ୍ତନ ଧୀରେ ଧୀରେ କରାଯିବ ଯାହା ଦ୍ୱାରା ପାକିସ୍ତାନରେ ସର୍ବସାଧାରଣ ସ୍ତରରେ କୌଣସି ଅସୁବିଧା ଉପୁଜିବ ନାହିଁ । ଯେପରି ଅତୀତରେ ଅନ୍ୟ କେତେକ ଦେଶରେ ଏହା ଦେଖାଯାଇଥିଲା । ତେବେ କେତେକ ଆର୍ôଥକ ବିଶେଷଜ୍ଞ ଆଶ୍ଚର୍ଯ୍ୟ ପ୍ରକଟ କରି ନକଲି ନୋଟ ତଥା କଳା ଟଙ୍କା ବଜାରର ମୁକାବିଲା ପାଇଁ ୫୦୦୦ ଟଙ୍କା କିମ୍ବା ଅଧିକ ମୂଲ୍ୟର ନୋଟ ବିମୁଦ୍ରୀକରଣ କରାଯାଇପାରିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ପାକିସ୍ତାନର ଆର୍ôଥକ ବିଶେଷଜ୍ଞଙ୍କ ଅନୁଯାୟୀ, ନଗଦ ଅଭାବରେ ପୀଡିତ ପାକିସ୍ତାନର ଅର୍ଥନୀତି କଳା ଟଙ୍କା ବେଆଇନ ବ୍ୟବହାର ଦ୍ୱାରା ବହୁ ପ୍ରଭାବିତ ହୋଇଛି । ଯାହା ଉଚ୍ଚ ମୂଲ୍ୟର ନୋଟଗୁଡିକର ପ୍ରଚାର ହେତୁ ସହଜ ଅଟେ । କ୍ୟାପିଟାଲ୍ ନିବେଶର ସୋହେଲ ଫାରୁକ୍ କହିଛନ୍ତି ଯେ ପାକିସ୍ତାନର ମୁଦ୍ରା ବ୍ୟବସ୍ଥାର ଅଖଣ୍ଡତା ନିଶ୍ଚିତ କରିବା ପାଇଁ ଏହା ହେଉଛି ସଠିକ୍ ପଦକ୍ଷେପ । କିନ୍ତୁ ଏଥିରେ ବିମୁଦ୍ରୀକରଣ ଅନ୍ତର୍ଭୂକ୍ତ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା । ଅନ୍ୟ ଜଣେ ବ୍ୟାଙ୍କର କହିଛନ୍ତି ଯେ ନୂତନ ବ୍ୟାଙ୍କ ପ୍ରଚଳନ କରିବା ସମୟରେ ଜନସାଧାରଣ ତଥା ବ୍ୟବସାୟୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ନିଶ୍ଚିତ କରିବା ଉଚିତ । ଦୀର୍ଘ ଦିନ ଧରି ପାକିସ୍ତାନ ଏକ ବିରାଟ ଆର୍ôଥକ ସଙ୍କଟ ଦେଇ ଗତି କରୁଛି ଏବଂ ଏହାର ପ୍ରଭାବ ହେତୁ ସେଠାକାର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମୟ ସମୟରେ ସେଠାରେ ଦୁଃଖ ଏବଂ ଦାରିଦ୍ର‌୍ୟର ଚିତ୍ର ନଜର ଆସେ । ଏହା ବ୍ୟତୀତ ପାକିସ୍ତାନ ସରକାର ଆଇଏମଏଫରୁ ମିଳିଥିବା ଅର୍ଥନୈତିକ ରିଲିଫ ପ୍ୟାକେଜକୁ ଅପେକ୍ଷା କରି ରହିଥିଲେ, ଯାହା ନିକଟ ଅତୀତରେ ମିଳିବାକୁ ଯାଉଛି ।

Leave a Reply