Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାଦେଶିକ ଖେଳକୁଦ ସମାରୋହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାଦେଶିକ ଖେଳକୁଦ ସମାରୋହ

କରଞ୍ଜିଆ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାଣୀତୀର୍ଥ, କରଞ୍ଜିଆ ଠାରେ ପ୍ରାଦେଶିକ ଖେଳକୁଦ ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜଳ ସମ୍ପଦ ଓ ଜନଜାତି ବିଭାଗର କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ଯୋଗଦାନ କରି କ୍ରୀଡ଼ା ଜ୍ୟୋତି ପ୍ରଜ୍ୱଳନ ପୂର୍ବକ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ପୂର୍ବ କ୍ଷେତ୍ର ଅଧ୍ୟକ୍ଷ ଡା. ଲକ୍ଷ୍ମୀକାନ୍ତ ମହାରଣା ଯୋଗଦାନ କରି ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସଂଗଠନ ମନ୍ତ୍ରୀ ତାରକଦାସ୍ ସରକାର ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ନିଷ୍ଠାପର ସହକାରେ ଖେଳିବାକୁ ପ୍ରେରଣା ଯୋଗାଇ ଥିଲେ । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଈଶ୍ୱର କୁମାର ମହାନ୍ତ, ସଭାପତି ଦିଲ୍ଲୀପ କୁମାର ପୃଷ୍ଟି , କରଞ୍ଜିଆ ସଂକୁଳ ପ୍ରମୁଖ ପାର୍ଥ ସାରଥୀ ପାତ୍ରଙ୍କ ସମେତ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ । ତିନି ଦିନ ବ୍ୟାପୀ ଏହା ଅନୁଷ୍ଠିତ ହେଉଛି ।

Leave a Reply