Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲା ହିନ୍ଦୁ ପକ୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲା ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟରେ ପହଞ୍ଚିଲା ହିନ୍ଦୁ ପକ୍ଷ । ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା । ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଉଲ୍ଲେଖ ରହିଛି । କାରଣ ହିନ୍ଦୁ ପକ୍ଷର କହିବା କଥା ଯେ ସର୍ଭେ ପରେ ହିଁ ପ୍ରକୃତ ସତ ସାମ୍ନାକୁ ଆସିପାରିବ । ହିନ୍ଦୁ ପକ୍ଷ କୋର୍ଟକୁ ୧୯ ମେ ୨୦୨୩ ରେ ଦିଆଯାଇଥିବା ଆଦେଶକୁ ପରିବର୍ତ୍ତନ କରିବାକୁ କହିଛନ୍ତି । ଏହା ସହିତ ପରିସରରେ ନିର୍ମିତ ନୂତନ କୃତ୍ରିମ କାନ୍ଥ ଏବଂ ଛାତଗୁଡ଼ିକୁ ହଟାଇବା ପରେ ହିଁ ଏହି ସର୍ଭେ କରାଯାଉ ବୋଲି ଆବେଦନ କରିଛନ୍ତି । ଏହା ବ୍ୟତୀତ ଖନନ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଅନ୍ୟ ସିଲ୍ ହୋଇଥିବା ସ୍ଥାନରେ ସର୍ଭେ କରାଯିବା ଉଚିତ ଏବଂ ରିପୋର୍ଟ କୋର୍ଟକୁ ଦିଆଯିବା ଉଚିତ୍ ।

Leave a Reply