Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁବୋଝେଇ ଗାଡ଼ି ଜବତ, ୫ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁବୋଝେଇ ଗାଡ଼ି ଜବତ, ୫ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଏକ ବୋଝେଇ ଗୋରୁ ଚାଲାଣ ଗାଡ଼ି (କଣ୍ଟେନର ) ଜବତ କରିଥିବା ଜଣାଯାଇଛି । ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ଏକ ଗୋ- ମାଂସ ଚାଲାଣ ଆଇଚର ଗାଡ଼ି ଜବତ କରିଥିବାର ଖବର ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।ରବିବାର ଭୋରୁ ପାୟ ୧୮ଟି ଗୋରୁଙ୍କୁ ନେଇ ଏକ କଣ୍ଟେନର ଗାଡ଼ି କଲିକତାରୁ ହାଇଦ୍ରାବାଦ୍ ଅଭିମୁଖେ ଯାଉଥିଲା । ଏହି ସମୟରେ ଗୋ ସୁରକ୍ଷା କର୍ମୀମାନେ ତାକୁ ୧୬ ନମ୍ୱର ଜାତୀୟ ରାଜପଥ ବରୁଣେଇ ନିକଟସ୍ଥ ଏକ ପେଟ୍ରେଲ ପମ୍ପ ନିକଟରୁ ଧରି ପୁଲିସ ଜିମା ଦେଇଥିଲେ । ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ହାଇଦ୍ରାବାଦ୍ ଠାରୁ କଲିକତାକୁ ଯାଉଥିବା ଆଇଚର୍ ଗାଡ଼ି ଜବତ କରିଥିଲା । ଉଭୟ ଘଟଣାରେ ପୁଲିସ୍ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଖୋର୍ଦ୍ଧା ବାଟ ଦେଇବହୁ ଗୋ-ଚାଲାଣ ଗାଡ଼ି ଯାଉଥିବା ବେଳେ ଏଥିପ୍ରତି ପୁଲିସ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।

Leave a Reply