Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଇଜୁଙ୍କ ପାଇଁ ମହଙ୍ଗା ପଡ଼ିପାରେ ଭାରତ ସହ ଶତ୍ରୁତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଇଜୁଙ୍କ ପାଇଁ ମହଙ୍ଗା ପଡ଼ିପାରେ ଭାରତ ସହ ଶତ୍ରୁତା

ମାଲେ : ପାରମ୍ପରିକ ମିତ୍ର ଦେଶ ଭାରତ ସହ ଶତ୍ରୁତା ଆଚରଣ କରି ଏକ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମଇଜୁ । ସ୍ଥିତି ଏପରି ହୋଇଛି ଯେ ତାଙ୍କର ଚୌକୀ ମଧ୍ୟ ଯାଇପାରେ । ମାଳଦ୍ୱୀପର ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି)ର ସଂସଦୀୟ ଗୋଷ୍ଠୀ ରାଷ୍ଟ୍ରପତି ମହମ୍ମଦ ମୁଇଜଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ରାଜି ହୋଇଛି । ଅନ୍ୟ ଏକ ବିରୋଧୀ ଦଳ ଏମଡିପି ଡେମୋକ୍ରାଟମାନଙ୍କ ସହ ଭାଗିଦାରୀରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଯଥେଷ୍ଟ ଦସ୍ତଖତ ହାସଲ କରିବାରେ ସଫଳ ହୋଇଛି । ତେବେ ଏହି ପ୍ରସଙ୍ଗରେ ରବିବାର ସଂସଦ ଭିତରେ ଶାସକ ଦଳ ଅନାସ୍ଥା ପ୍ରସ୍ତାବକୁ ବିଫଳ କରିବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଲ୍ଲେଖଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ଏମଡିପି ସଂସଦକୁ ନିୟନ୍ତ୍ରଣ କରୁଛି ଏବଂ ଶାସକ ମେଣ୍ଟ- ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଳଦ୍ୱୀପ (ପିପିଏମ୍‌) ଏବଂ ରାଷ୍ଟ୍ରପତି ମୁଇଜୋଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି)ର ସଂସଦରେ ସଂଖ୍ୟାଗରିଷ୍ଠତା ନାହିଁ ।

Leave a Reply