Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୁମିତ୍ରା ଇରାନର ଏକ ଜାହାଜକୁ ଜଳଦସ୍ୟୁମାନଙ୍କ କବଳରୁ ଊଦ୍ଧାର କରିଛି । କେତେଜଣ ଜଳଦସ୍ୟୁ ଇରାନ ଜାହାଜରେ ପ୍ରବେଶ କରି ଏହାକୁ ଅପହରଣ କରିନେଉଥିଲେ । ଉକ୍ତ ଜାହାଜ ବିପଦରେ ଥିବାନେଇ ଖବର ପାଇବା ପରେ ସୋମାଲିଆର ପୂର୍ବ ଉପକୂଳରେ ମୁତୟନ ଥିବା ଭାରତୀୟ ନୌସେନା ଯୁଦ୍ଧଜାହାଜ ତୁରନ୍ତ ସେଠାରେ ପହଞ୍ଚି ଥିଲା । ନୌସେନା ଯବାନ ଉକ୍ତ ଜାହାଜ ସହ ୧୭ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଜଳଦସ୍ୟୁ ନିରୋଧୀ ଅଭିଯାନରେ ସାମିଲ ଥିବା ଆଇଏନ୍‌ଏସ୍ ସୁମିତ୍ରା ଆଡେନ୍ ଉପସାଗର ଏବଂ ସୋମାଲିଆ ପୂର୍ବ ଉପକୂଳରେ ନିୟୋଜିତ ରହିଛି ।

Leave a Reply