Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାଉଥିବାବେଳେ ସୋମବାର ସକାଳେ ତାଙ୍କ ପୈତୃକ ଗ୍ରାମ ବାନିୟାନୀରେ ପହଞ୍ଚିଥିଲେ । ଏଠାରେ ଥିବା ତାଙ୍କ ପୈତୃକ ଘର ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ସେ କହିଥିଲେ, ଘରେ ଏକ ଇଲାଇବ୍ରେରୀ ତିଆରି କରାଯିବା ଉଚିତ, ଯାହା ଗାଁର ପରବର୍ତ୍ତୀ ପିଢ଼ି ପାଇଁ ଉପଯୋଗୀ ହେବ । ବାନିୟାନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଜନ୍ମ ଗାଁକୁ ଆସିଛି । ମୋ ପିଲାଦିନ ଏଠାରେ ଅତିବାହିତ ହୋଇଥିଲା ଏବଂ ମୁଁ ଏଠାରେ ମଧ୍ୟ ଅଧ୍ୟୟନ କରିଥିଲି । ଏହି ଘର ମୋର ମାତାପିତାଙ୍କ ପ୍ରତୀକ, ଯାହା ସେମାନେ ମୋ ନାମରେ କରିଥିଲେ । ଏହି ଘର ଗାଁ ପାଇଁ ଉପଯୋଗୀ ହେବା ଉଚିତ୍ । ଏହି ସ୍ଥାନରେ ଏକ ଇ-ଲାଇବ୍ରେରୀ ହୋଇପାରିବ । ଏହା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁର ବିକାଶମୂଳକ କାର୍ଯ୍ୟ ଉପରେ ନଜର ରଖିଥିଲେ ।

Leave a Reply