Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ରାଷ୍ଟ୍ରୀୟ ଅସ୍ମିତାର ପ୍ରତୀକ : ଶ୍ରୀରାମ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ଅସ୍ମିତାର ପ୍ରତୀକ : ଶ୍ରୀରାମ ମନ୍ଦିର

ଦୀର୍ଘ ୫୦୦ ବର୍ଷର ସଂଗ୍ରାମ ପରେ ଭାରତୀୟ ଅସ୍ମିତାର ପ୍ରତୀକ ଭାବେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଆଜି ଭବ୍ୟତା ଓ ଦିବ୍ୟତାର ସହ ଦଣ୍ଡାୟମାନ ହୋଇଛି । ଭାରତର ତିନୋଟି ସ୍ଥାନରେ ପ୍ରତିଟି ଭାରତୀୟଙ୍କ ସ୍ୱତଃ ପ୍ରବୃତ୍ତ ଭାବେ ଅବଦାନ ରହିଛି ଯଥା କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ଶିଳା ସ୍ମାରକୀ, ନର୍ମଦା ନଦୀ ତଟରେ ଥିବା ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଏବଂ ଅଯୋଧ୍ୟାର ରାମ ମନ୍ଦିର । ବିଦେଶୀ ଆକ୍ରମଣକାରୀ ବାବର ନିଜର ସାମ୍ରାଜ୍ୟ ବିସ୍ତାର କରିବା ସହ ଭାରତର ଆତ୍ମା ଉପରେ କୁଠାରଘାତ କରି ୧୫୨୮ ମସିହାରେ ଏହି ରାମ ଜନ୍ମଭୂମିରେ ବାବ୍ରୀ ଢାଞ୍ଚା ନିର୍ମାଣ କରିଥିଲେ । କାରଣ ସେ ଭଲ ଭାବରେ ଜାଣିଥିଲେ ଭାରତରେ ଯଦି ଶାସନ କରିବାର ଅଛି ତେବେ ମନ୍ଦିର, ଧର୍ମଶାସ୍ତ୍ର ଓ କଳା ସଂସ୍କୃତିକୁ ହିଁ ଧ୍ୱଂସ କରିବାକୁ ହେବ । ଯାହାଙ୍କ ପଦାଙ୍କ ଅନୁସରଣ କରି ପରବର୍ତ୍ତୀ ସମୟରେ ଇଂରେଜ ମାନେ ମଧ୍ୟ ନାଳନ୍ଦା ବିଶ୍ୱବିଦ୍ୟାଳୟର ପାଠାଗାରକୁ ଜାଳି ଦେଇ ଆମର ଅନେକ କିଛି ଉପାଦେୟ ପୁସ୍ତକ, ଗ୍ରନ୍ଥ ଓ ପାଣ୍ଡୁଲିପିକୁ ସବୁଦିନ ପାଇଁ ଶେଷ କରିଦେଲେ । କୁହାଯାଏ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଥିବା ପୁସ୍ତକ ଗୁଡିକ ୬ ମାସରୁ ଅଧିକ ସମୟ ଧରି ଜଳିଥିଲା, ଏଇଠୁ ସ୍ପଷ୍ଟ ଅନୁମେୟ କେତେ ସଂଖ୍ୟକ ପୁସ୍ତକ ଆଜି ପାଉଁଶ ହୋଇଯାଇଛି । ତେଣୁ ବାବରଙ୍କ ଏହି ବର୍ବରତା ଥିଲା ଭାରତୀୟଙ୍କ ପାଇଁ କଳଙ୍କ, ଯାହାକୁ ଅଶୀ ଦଶକ ଶେଷ ଭାଗ ଏବଂ ନବେ ଦଶକର ଆରମ୍ଭରେ ବିଶ୍ୱ ହିନ୍ଦୁ ପରିଷଦ ପରିଷଦ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ତୀବ୍ରତର କରି ପରବର୍ତ୍ତୀ ସମୟରେ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ସ୍ୱର୍ଗୀୟ ପ୍ରମୋଦ ମହାଜନ, ତତ୍କାଳୀନ ଗୁଜୁରାଟ ବିଜେପି ସାଙ୍ଗଠନିକ ସଚିବ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱର୍ଗୀୟ ଅଶୋକ ସିଙ୍ଘଲ, ସ୍ୱର୍ଗୀୟ ବାଲାସାହେବ ଠାକରେ, ଉମା ଭାରତୀ, ସ୍ୱାଧୀ ରିତୁମ୍ଭରା, ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜଙ୍କ ପରି ଅନେକ ରାମ ପ୍ରେମୀଙ୍କ ମିଳିତ ଉଦ୍ୟମରେ \”ରାମ ରଥଯାତ୍ରା\” ସୋମନାଥ ଠାରୁ ଅଯୋଧ୍ୟା ଯାଏଁ ଆୟୋଜନ କରାଯାଇଥିଲା, ଯାହାକି ପ୍ରତିଟି ସନାତନୀ ରାମ ଭକ୍ତଙ୍କ ତାଙ୍କ ଆରାଧ୍ୟଙ୍କ ପ୍ରତି ଥିବା ଭକ୍ତିକୁ ଆହୁରି ଜାଗ୍ରତ କରିଥିଲା । ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ରାମ ଭକ୍ତଙ୍କ ଉପରେ ଗୁଳି ଚାଳନା ବେଶ ହୃଦୟ ବିଦାରକ ଥିଲା । ରାମ କୋଠାରୀ ଓ ଶରଦ କୋଠାରୀଙ୍କ ବଳିଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ । ତେବେ କେନ୍ଦ୍ରରେ ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶରେ କଲ୍ୟାଣ ସିଂଙ୍କର ସରକାର ଥିଲା ବେଳେ ୬ ଡିସେମ୍ବର ୧୯୯୨ ରେ ଏହି ବିବାଦିତ ଢାଞ୍ଚାକୁ ରାମ ଭକ୍ତ ମାନେ ଧ୍ୱସ୍ତ କରିଦେଇଥିଲେ । ଖାଲି ସେତିକି ନୁହେଁ ଦେଶର ପ୍ରତିଟି କୋଣ ଅନୁକୋଣରେ ରାମଙ୍କ ମନ୍ଦିର, ଦୈନିକ ରାମାୟଣ ପାଠ, ଦୀପାବଳି, ରାମଲୀଳା ଆୟୋଜନ କରାଯାଉଥିବା ବେଳେ ସମ୍ବିଧାନରେ ରାମ ଦରବାର ଫଟୋ ଥାଇ ସୁଦ୍ଧା ସୁପ୍ରିମକୋର୍ଟରେ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ କାଳ୍ପନିକ ବୋଲି ତତ୍କାଳୀନ ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନର ସରକାର ଦାବି କରିଥିଲେ, ଯେବେ କି ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମନ୍ଦିରର ତାଲା ଖୋଲିଥିଲେ । ତେବେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇ ଉକ୍ତ ଜମିକୁ ହିନ୍ଦୁ ପକ୍ଷ, ନିର୍ମୋହୀ ଆଖଡା ଏବଂ ସୁନି ୱାକଫ ବୋର୍ଡ଼ ମଧ୍ୟରେ ବାଣ୍ଟି ଦେଇଥିଲେ । ମାତ୍ର କୌଣସି ପକ୍ଷ ଏଥିରେ ରାଜି ନ ହେବାକୁ କଥା ସୁପ୍ରିମକୋର୍ଟ ଯାଇଥିଲା । ତେବେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଓ ଖନନ କାର୍ଯ୍ୟ ସମେତ ବିଭିନ୍ନ ପ୍ରମାଣ ଆଧାରରେ ସୁପ୍ରିମକୋର୍ଟ ଶେଷରେ ୫ ନଭେମ୍ବର ୨୦୧୯ରେ ହିନ୍ଦୁ ପକ୍ଷକୁ ସେହି ୨.୭୭ ଏକର ଜମି ଯେଉଁଠି ରାମ ଜନ୍ମ ହୋଇଥିଲେ ଏବଂ ତାଙ୍କର ମୂର୍ତ୍ତି ପ୍ରକଟ ହୋଇଥିଲେ ତାହାକୁ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲା ବେଳେ ମୁସଲମାନ ପକ୍ଷଙ୍କୁ ଅନତିଦୂରରେ ୫ ଏକର ଜାଗାରେ ମସଜିଦ ନିର୍ମାଣ ପାଇଁ ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଡୋଶୀ ଶ୍ରୀଲଙ୍କା, ନେପାଳ, ଭୁଟାନ, ଇଣ୍ଡୋନେସିଆ ପରି ଅନେକ ଦେଶରେ ରାମଙ୍କୁ ବିଶ୍ୱାସ କରି ପୂଜାର୍ଚ୍ଚନା କରାଯାଉଥିବା ବେଳେ ଜନ୍ମଭୂମି ଭାରତରେ ରାମଙ୍କ ଅସ୍ତିତ୍ୱ ପାଇଁ ଦୀର୍ଘ ୫୦୦ ବର୍ଷର ସଂଗ୍ରାମ ବେଶ ଚକିତ କରେ । ରାମ ମନ୍ଦିର ନିର୍ମାଣ ପାଇଁ ରାୟ ନ ଆସିବା ଯାଏଁ ଅଯୋଧ୍‌ଯା ଫେରିବେ ନାହିଁ ବୋଲି ଦୃଢ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷରେ ତାଙ୍କର ୨୯ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ୫ ଅଗଷ୍ଟ ୨୦୨୦ ମସିହାରେ କରୋନା ମହାମାରୀ ମଧ୍ୟରେ ରାମ ମନ୍ଦିର ନିମନ୍ତେ ଭୂମି ପୂଜନ କରିଥିଲେ । ଆଜି ଯେଉଁ ମନ୍ଦିର ନିର୍ମାଣ ହୋଇଛି ତାହା ରାମ ମନ୍ଦିର ନିମନ୍ତେ ସଂଗୃହୀତ ଦାନ ରାଶିର ସୁଧରେ ହିଁ ହୋଇଛି । ପ୍ରଜାନୁରଞ୍ଜକ ପ୍ରଭୁ ଶ୍ରୀରାମଙ୍କ ଶାସନ ଓ ସେବା ମନୋଭାବ ବର୍ତ୍ତମାନର ଶାସନ ପ୍ରଣାଳୀ ଅନୁସରଣ କରିବା ଉଚିତ । ମାତା କୈକେୟୀ ହିଁ ରାମଙ୍କ ଦୀର୍ଘ ଭବିଷ୍ୟତ ଦେଖି ତାଙ୍କୁ ରାଜ ଉଆସ ମଧ୍ୟରେ ନ ରଖି କିପରି ଚକ୍ରବର୍ତ୍ତୀ ସମ୍ରାଟ ହେବେ ତଥା ପିଢି ପରେ ପିଢି ତାଙ୍କୁ ଲୋକେ ମାନେ ନିଜର ଆଦର୍ଶ ଭାବେ ଗ୍ରହଣ କରିବେ, ସେଇଥିପାଇଁ ନିଜର ପୁତ୍ର ଭରତଙ୍କୁ ପଛରେ ପକାଇ ରାମଙ୍କୁ ଆଗଭର କରିଥିଲେ । ସେ ସମୟରେ ୧୪ବର୍ଷ ଅଯୋଧ୍ୟାର ସିଂହାସନରେ ଯିଏବି ବସିଥାନ୍ତେ ତାଙ୍କୁ ବିପଦ ସହ ସଂଘର୍ଷ କରିବାକୁ ପଡିଥାନ୍ତା । ତେଣୁ କୈକେୟୀଙ୍କୁ ଭରତ ଯେତେବେଳେ ରାମଙ୍କ ବନବାସ ପାଇଁ ଦାୟୀ କରିଥିଲେ ସେତେବେଳେ ରାମ କହିଥିଲେ \”କୁପୁତ୍ର ଜାୟତେ କୋଚିଦପି କୁମାତା ନ ଭବତି\”, ଅର୍ଥାତ୍ ସନ୍ତାନ ଖରାପ ହୋଇପାରେ କିନ୍ତୁ ମାଆ କେବେ ବି କୁମାତା ନୁହନ୍ତି ।ତେଣୁ ସେଦିନ କୈକେୟୀଙ୍କ ମହତାକାଂକ୍ଷା ରାମଙ୍କୁ ତାଙ୍କର ସ୍ୱତନ୍ତ୍ର ପରିଚୟ ଆଜିବି ଦେଉଛି ଏବଂ ସବୁବେଳେ ଦେଉଥିବ । ଉକ୍ତ ୧୪ବର୍ଷରେ ପ୍ରଭୁ ରାମ ଭାରତର ବିଭିନ୍ନ ସ୍ଥାନରେ ନିଜର ଅମର ଅକ୍ଷୟ କୀର୍ତ୍ତି ଛାଡି ଦେଇ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ଦେଇଛନ୍ତି । ଅଧର୍ମର ବିସ୍ତାର କରୁଥିବା ଅତ୍ୟାଚାରୀ ରାକ୍ଷସ ମାନଙ୍କୁ ବଧ କରି ସନାତନ ଧର୍ମର ବାର୍ତ୍ତାବହକାରୀ ଋଷି ମହର୍ଷି ମାନଙ୍କୁ ସୁରକ୍ଷା ଏକ ପକ୍ଷରେ ଦେଇଥିବା ବେଳେ ବିଜ୍ଞାନୀ କୈବର୍ତ୍ତ, ଅହଲ୍ୟା, ଶବରୀ, ଜଟାୟୁ, ହନୁମାନ, ଅଙ୍ଗଦ, ଜାମ୍ବବାନ, ଗୁଣ୍ଡୁଚିମୂଷାଙ୍କ ପ୍ରତି ରାମଙ୍କ ସଦ୍ଭାବନା ଆଜିର ସମୟରେ ଆମକୁ ପ୍ରେରଣା ଦେଇଥାଏ । ସେହିପରି ଅନ୍ୟାୟ ଓ ଅତ୍ୟାଚରରେ ଜର୍ଜରିତ ସୁଗ୍ରୀବ ଓ ବିଭୀଷଣଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ସେମାନଙ୍କ ରାଜ୍ୟାଭିଷେକ କରିଥିଲେ । ରାମଚନ୍ଦ୍ର ରାବଣକୁ ବଧ କରିଥିଲେ ସୁଦ୍ଧା ତାଙ୍କ ନିକଟରେ ଥିବା ରାଜନୀତି ଜ୍ଞାନ ଆହରଣ କରିବା ପାଇଁ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇଥିଲେ , କାରଣ ରାବଣ ନିକଟରେ ସମସ୍ତ ଜ୍ଞାନର ଭଣ୍ଡାର ଥିଲା । ଖାଲି ସେତିକି ନୁହେଁ ବର୍ତ୍ତମାନର ଧନୁଷକୋଟି ଠାରେ ଥିବା ରାମସେତୁ ଓ ରାମେଶ୍ୱରମ ଶିବ ଜ୍ୟୋତିର୍ଲିଙ୍ଗଙ୍କୁ ପ୍ରତିଷ୍ଠା କରିବା ପାଇଁ ଲଙ୍କେଶ ରାବଣ ଆସି ପୂଜା ବିଧି କରିବା ଏହି ବାର୍ତ୍ତା ଦିଏ ରାମ ରାବଣର ଅହଙ୍କାର ଓ ଅତ୍ୟାଚାରୀ ବିଚାରଧାରାର ପରିପନ୍ଥୀ ଥିଲେ କିନ୍ତୁ ତାଙ୍କ ନିକଟରେ ଥିବା ଜ୍ଞାନ ଓ ବିଦ୍ୟାକୁ କେବେ ବି ବିରୋଧ କରିନଥିଲେ । ତେଣୁ ରାଜନୀତିରେ ଏହି ବାର୍ତ୍ତା ଆଜି ଅନେକ ମହତ୍ତ୍ୱ ରଖେ । ବିଚାରାଧାରାର ବିରୋଧ ହେଉ କିନ୍ତୁ ରାଷ୍ଟ୍ର ହିତ ଓ ଜନ ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ହିତକୁ ବଳି ଦେବା ଆବଶ୍ୟକ । ଲଙ୍କା ବିଜୟ ପରେ ଲକ୍ଷ୍ମଣ ରାମଙ୍କୁ କହିଥିଲେ ଅଯୋଧ୍ୟା ନ ଫେରି ସ୍ୱର୍ଣ୍ଣପୁରୀରେ ରହିବା ପାଇଁ । କିନ୍ତୁ ରାମ କହିଥିଲେ – \” ଅପି ସ୍ୱର୍ଣ୍ଣମୟୀ ଲଙ୍କା ନମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମ୍ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି ।\” ଅର୍ଥାତ ଜନନୀ ଓ ଜନ୍ମଭୂମି ସ୍ୱର୍ଗ ଠୁ ମଧ୍ୟ ବଡ । ଏହାପରେ ପିତୃ ସତ୍ୟ ପାଳନ ପୂର୍ବକ ଏବଂ ଚଉଦ ବର୍ଷ ବନବାସ ଶେଷ କରି ସଠିକ ସମୟରେ ଅଯୋଧ୍ୟା ଫେରିବା ଆଜି ଆମ ମାନଙ୍କୁ ବଚନ ରକ୍ଷାର ପ୍ରେରଣା ଦେଇଥାଏ । ସେଇଥିପାଇଁ କୁହାଯାଏ – \” ରଘୁକୂଳ ରୀତି ସଦା ଚଲି ଆଇ, ପ୍ରାଣ ଯାଏ ପର ବଚନ ନ ଯାଇ ।\” ସେହିପରି ନିଜର ଉତ୍ତର ପିଢିକୁ କିପରି ସଂସ୍କାର ଦେବା ସହ ଗର୍ଭ ଧାରଣ ସମୟରୁ ସଠିକ ଭାବେ ଏହାର ଉଚିତ୍ ମାର୍ଗ ଦର୍ଶନ ହେବ, ସେଥିପାଇଁ ମାତା ସୀତାଙ୍କୁ ରାମଚନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ମୁତାବକ ତାଙ୍କୁ ବାଲ୍ମିକୀ ଆଶ୍ରମରେ ମହର୍ଷି ବାଲ୍ମିକୀଙ୍କ ତତ୍ତ୍ୱାବଧାନରେ ରଖିଥିଲେ । ଯାହାର ଫଳ ସ୍ୱରୂପ ଲବ ଓ କୁଶ ଦୁଇ ରଘୁକୂଳ ଉଜ୍ଜ୍ୱଳକାରୀ ସୁପୁତ୍ର ଜନ୍ମ ହୋଇ ଅଶ୍ୱମେଧ ଯଜ୍ଞ ଓ ରାମ ସଭାରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ସର୍ବୋପରି ପ୍ରଭୁ ଶ୍ରୀରାମଙ୍କ ପିତା ମାତାଙ୍କ ପ୍ରତି ଥିବା ଭକ୍ତି, ଭାଇ ଭାଇଙ୍କ ମଧ୍ୟରେ ଥିବା ଦୃଢ଼ ସମ୍ପର୍କ, ଧର୍ମର ସୁରକ୍ଷାକାରୀ ଋଷି ମହର୍ଷି ମାନଙ୍କୁ ସୁରକ୍ଷା, ବିଚକ୍ଷଣ କୂଟନୀତି ଓ ବିଦେଶ ନୀତି, ଜାତିବାଦ ଓ ବିଭେଦକାରୀ ରାଜନୀତି ଠୁ ଉପରକୁ ଉଠି ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖି ସମସ୍ତଙ୍କ ପାଇଁ ସମାନ ନିୟମ ତଥା ଶାସନ ପ୍ରଣାଳୀର ଦୂରଦର୍ଶିତା ହିଁ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମର ଆଖ୍ୟା ପ୍ରଦାନ କରିଛି । ତେଣୁ ରାମ ମନ୍ଦିର କେବଳ ଆଧ୍ୟାତ୍ମିକ ସ୍ଥଳ ନୁହ, ଏହା ରାମଙ୍କ ପ୍ରଦର୍ଶିତ ମାର୍ଗକୁ ସମଗ୍ର ବିଶ୍ୱରେ ସୁଶାସନର ପ୍ରତିଷ୍ଠା ନିମନ୍ତେ ପ୍ରେରଣା ଦେଉଥିବା କେନ୍ଦ୍ରସ୍ଥଳ ।

Leave a Reply