ଜୟ ଶ୍ରୀ ରାମ ଧ୍ୱନିରେ କମ୍ପିଲା ଆଠମଲ୍ଲିକ

ଆଠମଲ୍ଲିକ : ସାରା ଦେଶ ରେ ରାମ ମୟ ପରିବେଶ ସୃଷ୍ଟି ହୋଇ ଅଯୋଧ୍ୟା ର ନବ ର୍ନିମିତ ରାମ ମନ୍ଦିର ରେ ବହୁ ବିଦ୍ୟାନ ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ପ୍ରମୁଖ ମୋହନ ଭଗôବ, ଉତ୍ତର ପ୍ରଦେଶର ମୂଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ଉପସ୍ଥିତି ରେ ପ୍ରଭୁ ଶ୍ରୀ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାରା ଦେଶ ଉତ୍ସବ ମୁଖର ହୋଇ ଥିବା ବେଳେ ଆଠମଲ୍ଲିକ ରେ ମଧ୍ୟ ରାମ ଭକ୍‌ତ ମାନଙ୍କ ବିଭିନ୍ନ କାର୍ଯକ୍ରମ ମାଧ୍ୟମ ରେ ମଧ୍ୟ ରାମ ମୟ ପରିବେଶ ସୃଷ୍ଟି ହେଇଛି । ବିଭିନ୍ନ କାର୍ଯକ୍ରମ ମଧ୍ୟରେ ମୂଖ୍ୟତଃ ବସ୍‌ଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର ରେ ସ୍‌ତନ୍ତ୍ର ପୁଜା ରୀତି ନୀତି କରାଯାଇ ସାରା ଦିନ ନାମ ସଂର୍କିର୍ତ୍ତନ ସହ ଅତ୍ତ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା । ଯିଏ ଯାହାକୁ ଦେଖିଲେ ଜୟ ଶ୍ରୀ ରାମ ଜୟ ହନୁମାନ କହି କୁଣ୍ଢେଇ ସ୍ୱାଗତ କରୁଥିବା ଦେଖାଯାଇଥିଲା । ସ୍ଥାନୀୟ ଶିଶୁ ମନ୍ଦିର ରେ ଏଲଇଡି ର ବଡ଼ ପରଦାରେ ଅଯୋଧ୍ୟା ର ପ୍ରଭୁ ଶ୍ରୀ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ର ସିଧା ପ୍ରସାରଣ ଦେଖିବା ର ବ୍ୟବସ୍ଥା କରାଯାଇଥିଲା । ଛାତ୍ର ଛାତ୍ରୀ ଅଭିଭାବକ ଓ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ବୃନ୍ଦ ସିଧପ୍ରସାରଣ ଦେଖିବା ର ସୁଯୋଗ ପାଇଥିଲେୟ ସମସ୍ତ ଙ୍କ ପାଇଁ ଶିଶୁ ମନ୍ଦିର ରେ ଅତ୍ତ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ରୁଦ୍ର ମୋହନ ହୋତା, ଗୁରୁଜୀ ରବିନାରାୟଣ ଥାଟି, ଉମାପ୍ରସାଦ ନନ୍ଦ, ଗୁରୁମା ବବିତା ପାତ୍ର, ଲାନୀୟା ମହାପାତ୍ର, ଶାଶ୍‌ତୀ ପାତ୍ରଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୂମା ଓ ପରିଚାଳନ କମିଟିର ସମସ୍ତ କର୍ମକର୍ତ୍ତା ରହି ସହଯୋଗ କରିଥିଲେ । ସହର ସ୍ଥିତ ଉଇଜଡମ ସ୍କୁଲ ପରିସରରେ ମଧ୍ୟ ପ୍ରଭୁ ଶ୍ରୀ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିଥିଲେ । ସେହିପରି ଯୁବ ସମାଜ ତରଫରୁ ସ୍ଥାନୀୟ ବସ୍ ଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର ରୁ ଏକ ବିରାଟ ପଟୁଆର ସହର ପରିକ୍ରମା କରିଥିଲା । ପଟୁଆର ରେ ଶ୍ରୀରାମ୍ ଙ୍କ ଫଟୋ ସହିତ,ଡିଯେ ସାଉଣ୍ଡ ଲଗାଯାଇ ଜୟ ଶ୍ରୀ ରାମ ଧ୍ୱନି, ସହିତ କୃଷ୍ଣଗୁରୁ ରେ ନାମ ସଂକୀର୍ତ୍ତନ, ଏବଂ ଯୁବକ ମାନେ ହନୁମାନ ଓ ଶ୍ରୀରାମଙ୍କ ବେଶରେ ବାହାରିଥିବା ଦେଖା ଯାଇଥିଲା । ସହର ପରିକ୍ରମା ସମୟରେ ସମସ୍ତ ଗୃହ ସମ୍ମୁଖରେ ଝୋଟି ପକାଯାଇ ଶୁଭ କଳସ ଓ ଦ୍‌ୀପ ଜଳାଇ ସ୍ୱାଗତ କରାଯାଇଥିଲା । ପଟୁଆର ରେ ବହୁତ ଯୁବକ ଓ ରାମ ଭକ୍ତ ଯୋଗ ଦେଇଥିଲେ । ସନ୍ଧ୍ର‌୍ୟା ସମୟରେ ସମସ୍ତଙ୍କ ଗୃହ ସମ୍ମୁଖରେ ଦୀପ ଜଳାଇ ଦୀପାବଳୀ ଉତ୍ସବ ପାଳିଥିଲେ । ସହର ର ରୁଗୁଡ଼ି ସାହି, ଚାରିଘରିଆ ସାହି, ନୁଆ ସାହି ରେ ନାମ ସଂକୀର୍ତ୍ତନ କରି ରାମ ମୟ ପରିବେଶ ସୃଷ୍ଟି କରିଥିଲେ । ବସ୍ ଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର ରେ ଦିନ ତମାମ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିଲା ।

May be an image of 7 people and temple

Leave a Reply

Your email address will not be published. Required fields are marked *