Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମେକ୍ସିକୋରେ ହେଲା ରାମ ମନ୍ଦିର ଉଦ୍‌ଘାଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମେକ୍ସିକୋରେ ହେଲା ରାମ ମନ୍ଦିର ଉଦ୍‌ଘାଟନ

ନୂଆଦିଲ୍ଲୀ : ପ୍ରଭୁ ରାମଲାଲାଙ୍କ ଆଗମନରେ ସାରା ଦେଶ ଆଜି ରାମମୟ । ପବିତ୍ର ଅଯୋଧ୍ୟା କ୍ଷେତ୍ରରେ ସମ୍ପତ୍ତ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ନବର୍ନିମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ରବିବାର ମେକ୍ସିକୋର କ୍ୱେରେଟାରୋ ସହରରେ ନୂତନ ଭାବେ ର୍ନିମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହି ସମୟରେ ଭାରତୀୟ ପ୍ରବାସୀମାନେ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ । ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ମନ୍ଦିରର ଜଣେ ଆମେରିକୀୟ ପୁରୋହିତ ପୂଜାପାଠ କରିଥିଲେ । ଏହା ପରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ଏହି ଖବର ଢରେ ସେୟାର କରିଛି । ଭାରତୀୟ ଦୂତାବାସ ଲେଖିଛନ୍ତିମେକ୍ସିକୋରେ ପ୍ରଭୁ ରାମଙ୍କ ପ୍ରଥମ ମନ୍ଦିର ର୍ନିମାଣ କରାଯାଇଛି । ଅଯୋଧ୍ୟାରେ \”ପ୍ରାଣ ପ୍ରତିଷ୍ଠା\’ ସମାରୋହର ଗୋଟିଏ ଦିନ ପୂର୍ବରୁ ମେକ୍ସିକୋର କ୍ୱେରେଟାରୋ ସହରରେ ଶ୍ରୀରାମ ମନ୍ଦିର ଉଦଘାଟନ କରାଯାଇଥିଲା । ପ୍ରଭୁ ହନୁମାନଙ୍କ ପ୍ରଥମ ମନ୍ଦିର ର୍ନିମାଣ କରାଯାଇଥିଲା । ମେକ୍ସିକୋର କ୍ୱେରେଟାରୋ ସହରରେ ଏହା ଏକ ମନ୍ଦିର ।

May be an image of 6 people, temple and wedding

Leave a Reply