Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ବାରଙ୍ଗ ଅଞ୍ଚଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ବାରଙ୍ଗ ଅଞ୍ଚଳ

ତ୍ରିଶୂଳିଆ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ସମଗ୍ର ଭାରତ ବର୍ଷ ଉତ୍ସବମୁଖର ହୋଇଉଠିଛି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରୁ ବାଦ୍ ପଡିନି ବାରଙ୍ଗ ଅଞ୍ଚଳ । ଘରେ ଘରେ ସମସ୍ତେ ପ୍ରଭୁ ରାମଚନ୍ଦ୍ରଙ୍କୁ ପୂଜା କରିବା ସହ ଘର ସମ୍ମୁଖରେ କଳସ ଓ ଦୀପ ଜାଳି ଏବଂ ଚିତା ଝୋଟି ଆଦି ପକାଇ ଏହି ଉତ୍ସବକୁ ଧୁମ୍ ଧାମରେ ପାଳନ କରିଥିଲେ । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗ୍ରାମ ମାନଙ୍କରେ ନାମ ସଙ୍କୀର୍ତ୍ତନ ଚାଲୁଥିଲାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୟ ଶ୍ରୀ ରାମ ଧ୍ୱନିରେ ଶୋଭାଯାତ୍ରା କରାଯିବା ସହିତ ତ୍ରିଶୂଳିଆ ବଜାର କମିଟି ତରଫରୁ ରାମଲାଲାଙ୍କ ଫଟୋଚିତ୍ର ରଖି ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ।

May be an image of 2 people, scooter, motorcycle and street

Leave a Reply