ଗୁପ୍ତ ଅଯୋଧ୍ୟା ଓଡ଼ଗାଁ ସହିତ ପୁରପଲ୍ଲୀ ସର୍ବତ୍ର ହୋଇଛି ରାମମୟ ଶ୍ରୀ ରଘୁନାଥଙ୍କ ଦର୍ଶନ ପାଇଁ ୧୫ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ଓଡ଼ଗାଁ : ନୟାଗଡ଼ ଜିଲ୍ଲାର ଗୁପ୍ତ ଅଯୋଧ୍ୟା ଭାବେ ପରିଚିତ ଓଡ଼ଗାଁ ଠାରେ ବିରାଜିତ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ପୀଠରୁ ଆରମ୍ଭ କରି ସାରା ଓଡ଼ଗାଁ ଅଞ୍ଚଳ ହୋଇଛି ରାମମୟ । ଓଡ଼ଗାଁ ରଘୁନାଥ ଜିଉଙ୍କ ପୀଠରେ ୧୫ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁଁ ଆଜି ମଧ୍ୟାହ୍ନ ପହୁଡ଼ରେ ବିଳମ୍ବ ଘଟିଥିଲା । ଏଥିସହିତ ସନ୍ଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିରହିଥିବା ସହିତ ମନ୍ଦିର ପ୍ରାଙ୍ଗଣରେ ୫ ହଜାରରୁ ଉର୍ଦ୍ଧ୍ୱ ସାମୁହିକ ଦୀପ ପ୍ରଜ୍ଜ୍ୱଳନ ବେଶ ଆକର୍ଷଣୀୟ ହେବା ସହିତ ଦୀପାବଳୀର ଭ୍ରମ ସୃଷ୍ଟି କରିଥିଲା । ସୁସଜ୍ଜିତ ମନ୍ଦିର ସହିତ ତୋରଣ ଓ ଆଲୋକ ମାଳାରେ ଆଚ୍ଛାଦିତ ସ୍ୱର୍ଣ୍ଣକଳସ କ୍ଷେତ୍ର ଅପୂର୍ବ ଶୋଭା ଶାନ୍ତିର ପ୍ରତୀକ ବହନ କରୁଥିଲା । ଏଠାରେ ପୂଜିତ ନିଶଦାଢି ଜଟାଯୁଟ ଧାରୀ ଶ୍ୟାମଳ ବର୍ଣ୍ଣ ପ୍ରଭୁ ରଘୁନାଥ, ହରିଦ୍ରା ବର୍ଣ୍ଣରେ ଅନୁଜ ଲକ୍ଷ୍ମଣଙ୍କ ସହିତ ସାଧାରଣ ବେଶଭୂଷା ପରିହିତା ପତ୍ନୀ ସୀତାଙ୍କୁ ସଂଗରେ ନେଇ ବନବାସ ବେଳର ସମୟକୁ ଅତିକ୍ରମ କରୁଥିବାର ଦୃଶ୍ୟ ଭାରତ ବର୍ଷର ଉତ୍କଳ ପ୍ରଦେଶର ଓଡ଼ଗାଁ ଠାରେ ବିରାଜିତ ଶ୍ରୀ ରଘୁନାଥଜୀଉଙ୍କ ଦର୍ଶନରେ କେବଳ ଦେଖିବାକୁ ମିଳିଥାଏ । ଏହି ପୀଠର ମାହାତ୍ମ୍ୟ ଅନେକଙ୍କୁ ଅଜଣା ରହିଥିବାବେଳେ ଅନ୍ଧ ମୁନୀ ରାମ ଭଦ୍ରାଚାର୍ଯ୍ୟଙ୍କର ଏଠାକୁ ବାରମ୍ବାର ଆଗମନ ଫଳରେ ଏହା ନିଶ୍ଚିତ ଭାବେ ଏକ ସିଦ୍ଧପୀଠ ବୋଲି ପ୍ରଚାରିତ ହେବା ସହିତ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବୃଦ୍ଧି ପାଇଛି । ଏହି ସିଦ୍ଧ ପୀଠରେ ଅବସ୍ଥାନ କରି ନିଜକୁ ଗୌରବାନ୍ୱିତ ମନେ କରୁଥିବା ଜୟ ଶ୍ରୀରାମ ସେବା ସମିତି ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମିଳିତ ସହଯୋଗରେ ସୋମବାର ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ଆଗମନ ଓ ପ୍ରାଣପ୍ରତିଷ୍ଠାତା ଅବସରରେ ୩ ଦିନଧରି ଅନୁଷ୍ଠିତ ହେଉଥିବା ରାମତାରକ ଯଜ୍ଞର ଆଜି ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ସହିତ ଜୟ ଶ୍ରୀରାମ ଧ୍ୱନିର ପଟୁଆର ଆଜି ଶ୍ରୀରାମ ନବମୀ ଜନ୍ମ ଉତ୍ସବର ଭ୍ରମ ସୃଷ୍ଟି କରିଥିଲା । ଅନୁରୂପ ଭାବେ କୁରାଳ, ଡଣ୍ଡୋର, ରଙ୍ଗଣୀପାଟଣା, ମଶାବାରୀ ଇତ୍ୟାଦି ଠାରେ ରହିଥିବା ରାମମନ୍ଦିରରେ ଜାକଜମକର ସହ ଏହି ପର୍ବ ପାଳିତ ହୋଇଯାଇଛି ।

May be an image of crowd and temple

Leave a Reply

Your email address will not be published. Required fields are marked *