ସଂସ୍କୃତ ଭାରତୀ ଦ୍ୱାରା ଜନପଦ ସଂସ୍କୃତ ସମ୍ମେଳନ ଆୟୋଜିତ

ବଲାଙ୍ଗିର: ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ସଂସ୍କୃତ ଭାରତୀ ଦ୍ୱାରା ଜନପଦ ସଂସ୍କୃତ ସମ୍ମେଳନ ଆୟୋଜିତ ହୋଇଯାଇଛି । ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଏବଂ ଜନଜାଗରଣ ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭୀମଭୋଇ ଚିକିତ୍ସାଳୟ ଏବଂ ମହାବିଦ୍ୟାଳୟର ମାନସିକ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସୁଖୀଶ୍‌ଯାମ ତ୍ରିପାଠୀ ଯୋଗ ଆୟୁର୍ବେଦ ବେଦାନ୍ତ ଜ୍ୟୋତିଷ ଗୀତା ରାମାୟଣ ବେଦ ଉପନିଷଦ ଦର୍ଶନ ଆଦିର ଅନୁବାଦ ବିନା ମୂଳ ଗ୍ରନ୍ଥର ଅର୍ଥ ଜାଣିବା ପାଇଁ ସଂସ୍କୃତ ଜ୍ଞାନ ଅତ୍ୟନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ଶିବବ୍ରତ ବେହେରା ଭାରତ ଶବ୍ଦ କୁ ସାର୍ଥକ ଏବଂ ଅର୍ଥପୂର୍ଣ୍ଣ କରିବା ନିମନ୍ତେ ସମସ୍ତେ ସଂସ୍କୃତ ଶିଖିବା ଉଚିତ ବୋଲି କହିଥିଲେ । ମୁଖ୍ୟ ବକ୍ତା ରୂପେ ସଂସ୍କୃତ ଭାରତୀର ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡା ସଂସ୍କୃତ ଭାଷାର ପୁନଃ ଉଜ୍ଜୀବନ, ସନାତନ ସଂସ୍କୃତିର ପୁନରୁଥାନ ଏବଂ ଭାରତର ପୁନଃନିର୍ମାଣ ସଂସ୍କୃତ ଭାରତୀ କିଭଳି କରୁଅଛି ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଜିଲ୍ଲା ସଂଯୋଜକ ତଥା ଓଏଭି ପଥରଚେପା ର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ ଡ଼ଃ ମାନସ ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ୱନ୍ଧରେ କହିଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ଭାଗନେଇ ପ୍ରାଚୀନ ଭାରତୀୟ ବିଜ୍ଞାନ ପ୍ରଦର୍ଶନୀ ଦେଖି ଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଂସ୍କୃତ ଭାଷାରେ ଏକପାତ୍ର ଅଭିନୟ ଓ ନୃତ୍ୟ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *