Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଗ୍ରାମର ଶ୍ରୀ ରାମ ପାହାଡ ଉପରେ ଭ୍ରମ ସୃଷ୍ଟି କରିଥିବା ଦ୍ୱିତୀୟ ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଗ୍ରାମର ଶ୍ରୀ ରାମ ପାହାଡ ଉପରେ ଭ୍ରମ ସୃଷ୍ଟି କରିଥିବା ଦ୍ୱିତୀୟ ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ

ଭାପୁର:ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଗ୍ରାମର ଶ୍ରୀ ରାମ ପାହାଡ ଉପରେ ଭ୍ରମ ସୃଷ୍ଟି କରିଥିବା ଦ୍ୱିତୀୟ ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଯୋଧ୍ୟାର ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାପୁର ଅଞ୍ଚଳ ର ସମସ୍ତଙ୍କ ଦୁଆରେ କଳସ, ଧୂପ ଓ ଦୀପ ପ୍ରଜ୍ଜ୍ୱଳନ ସହିତ ସାକାହାର ଭୋଜନ ପ୍ରସ୍ତୁତ ହୋଇଥିଲା । ସମଗ୍ର ଭାପୁର ଅଞ୍ଚଳ ରାମମୟ ହୋଇଉଠୀଥିବାବେଳେ କଟକ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ, ଫୁଲବାଣୀ , ବଉଦ, ପୁରୀ ଆଦି ଜିଲ୍ଲାବ୍ୟାପୀ ଏବଂ ରାଜ୍ୟ ବାହାର ରାମ ଭକ୍ତ୍‌ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ସହକାରେ ରାମ ମନ୍ଦିର ପାହାଡ ଉପରେ ଦେଖିବାକୁ ମିଳିଥିଲା । ମନ୍ଦିର ନିର୍ମାତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଏକ ସପ୍ତାହ ବ୍ୟାପୀ କଠୋର ବ୍ରତ ପାଳନ କରୁଥିବାବେଳେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରମୁଖ ଯଜମାନ ରୂପେ କାର୍ଯ୍ୟନିର୍ବାହ କରିଥିଲେ । ରାମମନ୍ଦିରର ଗର୍ଭ ଗୃହରେ ରାମଲାଲାଙ୍କ ନବ ନିର୍ମିତ ମୂର୍ତ୍ତି ସ୍ଥାପନ ସହିତ ଅଧିବାସ ସମାପ୍ତ ପରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟାହ୍ନ ୧୨.୧୫ରୁ ୧୨.୪୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ପରେ ପରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ଦ୍ୱାର ଖୋଲା ରହିଥିଲା । ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମନ୍ଦିର ତଥା ଫତେଗଡ ଗ୍ରାମରେ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରାମଲାଲା ଙ୍କ ଦର୍ଶନ ନିମନ୍ତେ ପ୍ରାୟ ଆଶାତୀତ ବାହାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବାରୁ ପ୍ରବଳ ଭିଡକୁ ଲକ୍ଷ ରଖି ଅସାମାଜିକ ଯୁବକ ମାନେ ୪/୫ ଜଣ ମହିଳା ଙ୍କ ବେକରୁ ସୁନାହାର ଓ ଚେନ୍ ଚୋରି କରିଥିବା ନେଇ ଖବର ମିଳିଥିବାବେଳେ ଛୋଟ ପିଲା ଏବଂ ବୃଦ୍ଧବୃଦ୍ଧା ଏହି ଭିଡ଼ରେ ଅମ୍ଳଜାନ ଅଭାବରୁ ଚେତା ଚାଲିଯାଇଥିବା ଦେଖାଯାଇଥିଲା । ସେମାନଙ୍କୁ ସାଙ୍ଗେ ସଙ୍ଗେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

May be an image of 2 people and temple

Leave a Reply