Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବାଜା, ନୃତ୍ୟ ପରିବେଷଣର ତାଳେ ତାଳେ ରାଇଘର ଅଞ୍ଚଳ କମ୍ପିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବାଜା, ନୃତ୍ୟ ପରିବେଷଣର ତାଳେ ତାଳେ ରାଇଘର ଅଞ୍ଚଳ କମ୍ପିଲା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ରାଇଘର ଅଞ୍ଚଳ କମ୍ପିଲା ପୂରା ସହର । ବାଜା, ନୃତ୍ୟ ପରିବେଷଣର ତାଳେ ତାଳେ ଦିନ ରାତି ଏକ କରି ଦିନ ତମାନ ଯୁବପିଢିର ଏକତାର ପରିଚୟ ଦେବା ସହ ପୁରା ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବ୍ଲକର ୨୬ଟି ପଞ୍ଚାୟତର ପ୍ରତି ଗ୍ରାମରେ ପ୍ରତି ମନ୍ଦିର ପୀଠ ଠାରେ ସ୍ୱତନ୍ତ୍ର ଅୟୋଜନ ସହ ବିଭିନ୍ନ ସ୍ଥାନରେ ଯଜ୍ଞ ସାଙ୍ଗକୁ ନାନା କାର୍ଯ୍ୟକ୍ରମ ହାତକୁ ନେଇ ରାମ ନାମ ଧ୍ୱନିରେ ପ୍ରକମ୍ପିତ ହୋଇଥଲା ପୂରା ଅଞ୍ଚଳ । ଦୀର୍ଘ ଏକ ମାସ ପୂର୍ବରୁ ଆୟୋଜକ କମିଟି ୨୬ଟି ପଞ୍ଚାୟତରେ ଅକ୍ଷତ ଚାଉଳ ବଣ୍ଟନ ସହ ଗ୍ରାମାଞ୍ଚଳରେ ରାମ ନାମ ଜପ ସହ ମନ୍ଦିର ପ୍ରତିଷ୍ଠା ଦିନ ପ୍ରତି ଗାଁ ଗାଁ ରେ ଯଜ୍ଞ ସହ ଭଜନ କୀର୍ତ୍ତନ କରିବାକୁ ଆହ୍ୱାନ କରାଯାଇ ଥିଲା ଫଳ ସ୍ୱରୂପ ଆଜି ପ୍ରତିଫଳିତ ହୋଇଛି । ରାମ ମନ୍ଦିର, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦିନ ତମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳରୁ ରୀତିନୀତି ଅନୁଯାଇ ପୂଜା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସଂଗଠନ ସହ ରାଇଘର ଯୁବକ ସଂଘ ପକ୍ଷରୁ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷିତ କରିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଦିବା ୧ ଘଣ୍ଟା ସମୟରେ ମନ୍ଦିର କମିଟି ପକ୍ଷରୁ ଦୁଇ ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଜନ ଗହଳି ମଧ୍ୟରେ ପ୍ରସାଦ ସେବନ ସହ ପଣା ବଣ୍ଟନ କାର୍ଯ୍ୟକ୍ରମ ଜାରୀ ରହିଥିଲା । ଅପରାହ୍ଣ୍ ୪ଟାରେ ରାଇଘର ପତ୍ରକୋଟି ଯୁବକ ସଂଘ, ଧଡ଼ରାପାରା ଯୁବକ ସଂଘ, କୋଦଭଟା ଯୁବକ ସଂଘ, ଭିତରଗଡ ଯୁବକ ସଂଘ, କୁମ୍ଭାରପାରା ଯୁବକ ସଂଘ, କାଳୀ ସୁନ୍ଦରୀ ଯୁବକ ସଂଘ ସହ ରାଇଘର ସଦର ମହକୁମାର ସମସ୍ତ ଯୁବକ ବନ୍ଧୁ ବୁଦ୍ଧିଜୀବୀ ସମସ୍ତେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ସେଠାରୁ ସମସ୍ତେ ନୃତ୍ୟ ବାଜାର ତାଳେ ତାଳେ ମନ ମୁଗ୍‌ଧ ହୋଇ ଜୟ ହନୁମାନ, ଜୟ ଶ୍ରୀ ରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଲମ୍ବା ଲାଇନ ଯୋଗେ ଏକ ହଜାରରୁ ଅଧିକ ଯୁବପିଢି ଏକତ୍ରିତ ହୋଇ ହୋଇଥିଲେ । ଜଗନ୍ନାଥ ମନ୍ଦିରରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ କିଲୋମିଟର ଚାଲି ଚାଲି ବାଣ ବଜାଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଏକ ଟିମ୍ ନିୟୋଜିତ ହୋଇଥିଲେ । ମୁଖ୍ୟ ରାସ୍ତା ଦେଇ ହନୁମାନ ମନ୍ଦିର ସମ୍ମୁଖରେ ଚାଲି ଚାଲି ଆସି ପହଞ୍ଚିବା ପରେ ଏଠାରୁ ବାଇକ ଯୋଗେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ସଦର ମହକୁମା ଠାରେ ଥିବା ବିଭିନ୍ନ ସାହିରେ ଗ୍ରାମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମଧ୍ୟ ସ୍ୱତନ୍ତ୍ର ପଣା ବଣ୍ଟନ ବ୍ୟବସ୍ଥା ହୋଇଥିଲା କ୍ଷ ସନ୍ଧ୍ୟା ସମୟରେ ଜଗନ୍ନାଥ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ହଜାର ଆଠ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବା ସହ ଗାୟତ୍ରୀ ପରିବାର ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

May be an image of 7 people and temple

Leave a Reply