Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚମ୍ପୁଆ ବଜାରରେ ୧୦୮ ହନୁମାନ ଚାଳିଶା ପାଠଓ କଳସ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚମ୍ପୁଆ ବଜାରରେ ୧୦୮ ହନୁମାନ ଚାଳିଶା ପାଠଓ କଳସ ଶୋଭାଯାତ୍ରା

ଚମ୍ପୁ ଆ: ପବିତ୍ର ଅଯୋଧ୍ୟା ନଗରୀରେ ପ୍ରଭୁ ଶ୍ରୀ ରାମଙ୍କର ଭବ୍ୟ ମନ୍ଦିରର ଉଦଘାଟନ ଓ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ପରିପ୍ରେକ୍ଷିରେ ଦେଶ ତଥା ରାଜ୍ୟର ପୁରପଲ୍ଲୀ ଠାରୁ ଆରମ୍ଭ କରି ନଗର ମାନଙ୍କରେ ଦେଖାଦେଇଛି ଆଧ୍ୟାତ୍ମିକ ଭାବ ୟ ରାମମୟ ହୋଇଛି ସମଗ୍ର ଦେଶ ତଥା ରାଜ୍ୟ । ଏଥୁରୁ ବାଦ୍ ପଡି ନାହିଁ ଚମ୍ପୁ ଆ ନଗର । ଏଥି ପାଇଁ ଚମ୍ପୁଆ ବଜାରରେ ଥିବା ରାମ ମନ୍ଦିର କୁ ଆକର୍ଷଣୀୟ ଭାବେ ଫୁଲରେ ସଜା ଯାଇଛିୟ ପ୍ରାତଃ କାଳରୁ ୧୦୮ ହନୁମାନ ଚାଳିଶା ପାଠ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇ କଳସ ଶୋଭାଯାତ୍ରା ଶେଷ ହୋଇଥିବାବେଳେ ହୋମଯଜ୍ଞ, ପୂଜା ପାଠ, ନଗର ପରିକ୍ରମା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଅଛି । ଚମ୍ପୁଆ ବଜାରକୁ ଆଲୋକ ମାଳା ଓ ପତକା ଦ୍ୱାରା ସୁସଜ୍ଜିତ କରାଯାଇଛି । ଶ୍ରୀ ରାମ ମନ୍ଦିର କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ଣ୍ଣସହଯୋଗ ରହିଥିବାବେଳେ ଭକ୍ତମାନଙ୍କସମାଗମ ଆହୁରି ପରିବେଶକୁ ଆନନ୍ଦମୟ, ଭକ୍‌ତିମୟ କରିଦେଇଛି ।

May be an image of 1 person and temple

Leave a Reply