Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କୋରାପୁଟରେ ବିଶାଳ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କୋରାପୁଟରେ ବିଶାଳ ଶୋଭାଯାତ୍ରା

କୋରାପୁଟ: ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଓଡ଼ିଶା ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି । କୋରାପୁଟ ଜିଲ୍ଲା ଏଥିରୁ ବାଦ୍ ପଡନି । ଜିଲ୍ଲାର କୋରାପୁଟ ସେମିଳିଗୁଡା, ଦାମନଯୋଡି, ଡୁମୁରିପୁଟ, ନନ୍ଦପୁର, ଲକ୍ଷ୍ମୀପୁର, ବୋରିଗୁମ୍ମା, କୋଟପାଡ଼ ଆଦି ସହରରେ ଲୋକେ ଉତ୍ସବ ପାଳନ କରିଛନ୍ତି । କୋରାପୁଟ ସହରର ବିଷ୍ଣୁମନ୍ଦିର, ପୁଜାରିପୁଟସ୍ଥିତ ରାମ ମନ୍ଦିର ଓ ପ୍ରେସ୍ କ୍ଲବ ନିକଟରେ ଥିବା ରାମ ମନ୍ଦିରରେ ପୂଜାର୍ଚ୍ଚନା, ଦୀପଦାନ, ହୋମଯଜ୍ଞ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଛି । ହନୁମାନ ମନ୍ଦିର କମିଟି ବାଲ୍‌ଗଣପତି ଗ୍ରୁଫ୍ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା । ରଥଶର୍ମା କଲୋନିଠାରେ ଶିକ୍ଷୟିତ୍ରୀ ସସ୍ମିତା ପରିଡାଙ୍କ ତତ୍ତ୍ୱାବଧାନରେ ଛୋଟଛୋଟ ପିଲମାନେ ଝୋଟିରେ ଶ୍ରୀରାମଙ୍କ ଚିତ୍ର ଆଙ୍କିବା ସହ ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ, କୃଷ୍ଣ ଓ ରାଧା ବେଶ ହୋଇଥିଲେ । ସନ୍ଧ୍ୟାରେ ପ୍ରେସ କ୍ଲବ ନିକଟସ୍ଥ ରାମ ମନ୍ଦିରଠାରୁ ରାମ ଭକ୍ତମାନେ ଏକ ବିଶାଳ ଶୋଭାଯାତ୍ରାରେ କୀର୍ତ୍ତନ ମଣ୍ଡଳି ସହ ସହର ପରିକ୍ରମା କରିଥିଲେ । ପରେ ହାଇସ୍କୁଲ ପଡିଆରେ ଆତସବାଜି କାର୍ଯ୍ୟକ୍ରମ ହୋଇଥିଲା ।

May be an image of temple and crowd

Leave a Reply