Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମ୍ବାଦଳା ଷ୍ଟେସନ କୁମୁଡାବାଲି ଛକରେ ଅଯୋଧ୍ୟା ରାମ ମନ୍ଦିର ଲୋକାର୍ପଣ ତଥା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମ୍ବାଦଳା ଷ୍ଟେସନ କୁମୁଡାବାଲି ଛକରେ ଅଯୋଧ୍ୟା ରାମ ମନ୍ଦିର ଲୋକାର୍ପଣ ତଥା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମୁନିଗୁଡା: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବମୁଖର ହୋଇଥିବା ବେଳେ ଓଡିଶାର ପୁରପଲ୍ଲୀରେ ମଧ୍ୟ ଏହା ଦେଖିବାକୁ ମିଳିଛି । ଏହି କ୍ରମରେ ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଷ୍ଟେସନ କୁମୁଡାବାଲି ଛକର ହିନ୍ଦୁ ସଂଗଠନର ସଦସ୍ୟମାନେ ହୋମ ଯଜ୍ଞ କରିବା ସହ ଏକ ବିଶାଳ ବାଇକ ରାଲି ଶୋଭାଯାତ୍ରାରେ ସହର ପରିକ୍ରମା କରି ନାମସଂକୀର୍ତ୍ତନର ଆୟୋଜନ କରିଥିଲେ । ଅଞ୍ଚଳର ମହିଳାମାନେ ମଧ୍ୟ ଉକ୍ତ ଶୋଭାଯାତ୍ରାରେ ଯୋଗଦେଇ ବିଭିନ୍ନ ବାଦ୍ୟ ବାଦଣା ଓ ଜୟ ଶ୍ରୀରାମ ଧ୍ୱନିରେ ଅମ୍ବାଦଳା ସହର ପ୍ରକମ୍ପିତ ହୋଇଥିବା ବେଳେ ଅଞ୍ଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଅଞ୍ଚଳ ବାସୀଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

May be an image of 9 people and people smiling

Leave a Reply