Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ୧୧ଶହ ଦୀପ ଜାଳିଲେ ଛାତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ୧୧ଶହ ଦୀପ ଜାଳିଲେ ଛାତ୍ରୀ

ଭବାନୀପାଟଣା: ରବିବାର ରାତି ପାହୁ ପାହୁ ଭବାନୀପାଟଣା ସହର ଓ ଏହାର ଆଖପାଖ ଅଞ୍ଚଳ ରାମମୟ ହୋଇ ଉଠିଥିଲା । ଅଯୋଧ୍ୟା ନଗରୀରେ ଶ୍ରଘରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ସହର ଉତ୍ସବମୁଖର ହୋଇ ପଡିଥିଲା । ଘର ଅଗଣା ଓ ସମ୍ମୁଖରେ ରଙ୍ଗୀନ ମୁରୁଜର ଛବି ଅଙ୍କା ସରିଥିଲା । ଡାକବାଜି ଯନ୍ତ୍ର, ଡିଜେ, ଟିଭି, ମୋବାଇଲ ଓ ୟୁଟ୍ୟୁବ୍‌ରେ ଶ୍ରୀରାମଙ୍କ ପ୍ରାର୍ଥନା ଓ ଜୟ ଶ୍ରୀରାମ ଧ୍ୱନୀରେ କମ୍ପି ଉଠିଥିଲା ଗଗନ ପବନ । ଗାଡି, ମୋଟର, ବସ୍‌, ଟ୍ରକ୍‌, ବାଇକ୍ ସ୍କୁଟି, ଅଟୋରିକ୍ସା ଆଗରେ ଜୟ ଶ୍ରୀରାମ ଲେଖା ପତାକା ଉଡୁଥିବା ଦେଖିବାକୁ ମିଳିଥିଲା । ଦଳ ଦଳ ଶ୍ରୀରାମ ପ୍ରେମୀ ମହିଳା ଓ ପୁରୁଷ ହାତରେ ହନୁମାନ ଓ ଶ୍ରୀରାମଙ୍କ ପତାକା ଧରି ସହରର ନାନା ଛକରେ ଭିଡ଼ ଜମାଇ ଥିଲେ । ସ୍ଥାନୀୟ ସହରର ମାଣିକେଶ୍ୱରୀ ହାଇସ୍କୁଲ ଛକ ନିକଟରେ ନିକଟରେ ଥିବା ଶ୍ରୀ ରାମସ୍ୱାମୀ ମନ୍ଦିରରେ ସକାଳୁ ସକାଳୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସହରର ସରକାରୀ ବାଳିକାବିଦ୍ୟାଳୟ, ଷ୍ଟାଚ୍ୟୁ ଛକ, ଦୟାନିଧି ନାୟକ ଛକ, ପୁରୁଣା ପଡାଛକ, ଘୋଡାଘାଟ ଛକ, ବାଲାଜୀ ମନ୍ଦିର ଛକ, ଓମ୍ ସାଇ ଶିରିଡି ସାଇ, ଓମ୍ ସାଇ ଦ୍ୱାରିକାମାୟୀ ଆଶ୍ରମରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ପ୍ରାୟତଃ ସମସ୍ତ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା ଥିଲାବେଳେ ସ୍ଥାନୀୟ ରାମସ୍ୱାମୀ ମନ୍ଦିରରେ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ୫୧କିଲୋ ଓଜନର ବୁନ୍ଦିଲଡୁ ଭୋଗ ଲଗାଯାଇଥିଲା । ସଂଧ୍ୟାରେ ଭବାନୀପାଟଣା ସହର ରଙ୍ଗୀନ୍ ଆଲୋକ ମାଳା ଓ ଦୀପ ଆଲୋକରେ ଉଦ୍‌ଭାସିତ ହୋଇଉଠିଥିଲା । ଆତସବାଜିର ଶଦ୍ଦ ସାଙ୍ଗକୁ ଜୟଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ ହୋଇ ଉଠିଥିଲା ଓ ଅନ୍ୟ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ୧୧ଶହ ଦୀପ ଜାଳିଲେ ଛାତ୍ରୀ ଏକ ଦୀପାବଳିର ଭ୍ରମ ସୃଷ୍ଟି କରୁଥିଲା । ପୂଜାର୍ଚ୍ଚନା, ହୋମ ସଂକୀର୍ତ୍ତନରେ ଶ୍ରୀରାମମୟ ହୋଇ ଉଠିଥିଲା ସହର । ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ, ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, କ୍ଲବଗୃହମାନଙ୍କରେ ଦୀପଦାନ କରାଯାଇଥିଲା ବେଳେ ସହରବାସୀଙ୍କ ଘର ସମ୍ନାରା ରଙ୍ଗୀନ ମୁରୁଜର ଛବି ଉପରେ ଏକାଧିକ ପ୍ରଦୀପ ପ୍ରଜ୍ୱଳିତ ହୋଇଥିଲା ।

May be an image of fire

Leave a Reply